ଏହି ଅଭିନେତ୍ରୀଙ୍କ ପଛରେ ପଡିଛନ୍ତି ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ

ଲଗାତର ଦ୍ୱିତୀୟଥର ପାଇଁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଛନ୍ତି ରବି ଶାସ୍ତ୍ରୀ। ଏହି ପୂର୍ବତନ କ୍ରିକେଟର ନିଜ ପ୍ରେମକୁ ନେଇ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ପ୍ରଥମେ ବଲିଉଡ ଅଭିନେତ୍ର ଅମୃତା ସିଂଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚା ଉଠିଥିଲା। କିନ୍ତୁ କୌଣସି କାରଣରୁ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ପରେ ରବି ମୁମ୍ବାଇର ଜଣେ ନୃତ୍ୟ ଶିଳ୍ପୀ ନିତୁ ସିଂଙ୍କୁ ବିବାହ କରିଥିଲେ। କିନ୍ତୁ ୨୨ ବର୍ଷ ପରେ ୨୦୧୨ରେ ଉଭୟଙ୍କ ଛାଡପତ୍ର ହୋଇଯାଇଥିଲା। ଏବେ ରବି ଶାସ୍ତ୍ରୀ ବଲିଉଡର ଆଉ ଜଣେ ଅଭିନେତ୍ରୀଙ୍କ ସହ ଡେଟ କରିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଗତ ବର୍ଷ ରବି ଶାସ୍ତ୍ରୀ ଏବଂ ଅଭିନେତ୍ରୀ ନିମରତ କୌରଙ୍କ ସମ୍ପର୍କ ଖୁବ ଚର୍ଚ୍ଚା ସାଉଁଟିଥିଲା। ଶାସ୍ତ୍ରୀ ଓ  ନିମରତ ବିଗତ ଦୁଇ ବର୍ଷ ହେବ ଦୁହେଁ ଦୁହିଁଙ୍କୁ ଡେଟ କରି ଆସୁଛନ୍ତି। ଏମାନଙ୍କ ପ୍ରଥମ ସାକ୍ଷାତ ୨୦୧୫ରେ ଜର୍ମାନର ଏକ କାର ଲଞ୍ଚିଙ୍ଗ ସମୟରେ ହୋଇଥିଲା ବୋଲି କୁହାଯାଉଛି।