Sep 15, 2019; Carson, CA, USA; LA Galaxy forward Zlatan Ibrahimovic (9) celebrates a goal during the second half against Sporting Kansas City at StubHub Center. Mandatory Credit: Kelvin Kuo-USA TODAY Sports
ମିଲନ,୨୭।୧୨- ସ୍ବିଡେନ ଷ୍ଟାର ଜଲାଟାନ ଇବ୍ରାହିମୋବିଚ୍ ପୁଣି ଥରେ ଏସି ମିଲନ ପାଇଁ ଖେଳିପାରନ୍ତି। ସେ ଦଳ ସହ ୬ ମାସିଆ ଚୁକ୍ତି କରିବାକୁ ଯାଉଥିବା ନେଇ ଇଟାଲିର ଏକ ରିପୋର୍ଟରେ ପ୍ରକାଶ ପାଇଛି। ମିଲନ ଫ୍ରାଞ୍ଚାଇଜ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସ୍ବିଡେନ ଖେଳାଳି ଗ୍ରହଣ କରି ନେଇଛନ୍ତି। ଆଗାମୀ ଦୁଇ ଦିନରେ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରେ। ତାଙ୍କୁ ୬ ମାସ ପାଇଁ ୩ ନିୟୁତ ୟୁରୋ ମିଳିବ। ଚୁକ୍ତିରେ ଏକ ବର୍ଷ ପାଇଁ ନବୀକରଣ ବିକଳ୍ପ ମଧ୍ୟ ରହିଛି। କିନ୍ତୁ ଏଥିରେ କିଛି ସର୍ତ୍ତ ରହିଛି। ୩୮ ବର୍ଷୀୟ ଷ୍ଟ୍ରାଇକର ଲସ ଏଞ୍ଜେଲ୍ସ ଗ୍ୟାଲେକ୍ସି ଦଳ ଛାଡ଼ୁଥିବା ସ୍ପଷ୍ଟ କରିସାରିଛନ୍ତି। ମେଜର ଲିଗର ପ୍ଲେଅଫ୍ରୁ ଦଳ ବାଦ୍ ପଡ଼ିବା ପରେ ସେ ଏହି ନିଷ୍ପତ୍ତି ନେଇଥିଲେ। ଏସି ମିଲନ ତା’ର ଅନ୍ତିମ ମ୍ୟାଚ୍ରେ ଆଟଲାଣ୍ଟାଠାରୁ ୫-୦ ଗୋଲରେ ପରାଜୟ ବରଣ କରିଥିଲା। ଏହା ଗତ ୨୧ ବର୍ଷରେ ଦଳର ବଡ଼ ପରାଜୟ। ଶୀତ ଛୁଟି ପରେ ଦଳ ଜାନୁୟାରୀ ୬ ତାରିଖରେ ପରବର୍ତ୍ତୀ ମ୍ୟାଚ୍ ସାମ୍ପଡୋରିଆ ସହ ଖେଳିବ। ଉଲ୍ଲେଖଥାଉ କି, ଇବ୍ରାହିମୋବିଚ୍ ପୂର୍ବରୁ ମିଲନ ଦଳ ପାଇଁ ଦୁଇ ସିଜନ (୨୦୧୦ ଓ ୨୦୧୨) ଖେଳିଛନ୍ତି। ତାଙ୍କ ନେତତ୍ୱରେ ଦଳ ତା’ର ଅନ୍ତିମ ସିରି ଏ’ ଟାଇଟଲ ଜିତିଥିଲା। ଲିଗ୍ରେ ୬୧ ମ୍ୟାଚ୍ ଖେଳି ସେ ୪୨ ଗୋଲ କରିଛନ୍ତି।