ଏସିଡ୍‌ ଆକ୍ରମଣରେ ୨୧ ଗୁରୁତର

ହାଜିପୁର, ୨୯ା୮(ପି.ଟି.): ବିହାରର ବୈଶାଳୀ ଜିଲା ଅନ୍ତର୍ଗତ ଦୌଡ଼ନଗର ଗ୍ରାମରେ ଘରୋଇ କଳିକୁ ନେଇ ଏସିଡ୍‌ ଆକ୍ରମଣ ହୋଇଛି। ଏଥିରେ ୩ ମହିଳାଙ୍କ ସମେତ ୨୧ ଜଣ ଆହତ ହୋଇଛନ୍ତି। ପିଲାକଳିକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ାରୁ ଏସିଡ୍‌ମାଡ଼ ହୋଇଥିବା ଏସ୍‌ଏଚ୍‌ଓ ବିନୋଦ ପ୍ରସାଦ କହିଛନ୍ତି। ଗୋଟିଏ ପରିବାର ଗହଣା ବ୍ୟବସାୟରେ ସମ୍ପୃକ୍ତ ଥିବାବେଳେ ଘରେ ଏସିଡ୍‌ ରଖିଥିଲେ। ଏହାକୁ କେତେକ ଲୋକ ଆଣି ଫିଙ୍ଗିବାରୁ ୨୧ ଲୋକ ଆହତ ହୋଇଥିଲେ। ଆହତଙ୍କୁ ହାଜିପୁରସ୍ଥିତ ସଦର ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଆକ୍ରମଣ କରିଥିବା ୫ ଅଭିଯୁକ୍ତଙ୍କୁ ଗିରଫ ପରେ ଜେରା କରାଯାଉଛି।