ଏସସିଓରେ ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍‌ଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ, ୯।୬: ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍‌ଙ୍କୁ ପ୍ରଥମଥର ପାଇଁ ଭେଟିବାର କାର୍ଯ୍ୟକ୍ରମ ରହିଛି। କିିର୍ଗିିଜିସ୍ତାନର ରାଜଧାନୀ ବିଶକେକଠାରେ ଆୟୋଜିତ ହେବାକୁ ଥିବା ସାଂଘାଇ କୋଅପରେସନ ଅର୍ଗାନାଇଜେସନ (ଏସସିଓ)ର ବୈଠକରେ ଉଭୟ ନେତା ସାକ୍ଷାତ କରିବେ ବୋଲି ଜଣାପଡିଛି। ଏହି ସାକ୍ଷାତ୍‌ କୁଟନୈତିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଗତବର୍ଷ ଉହାନ୍ଠାରେ ଏହି ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଭେଟ ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃ କରିବାରେ ପ୍ରମୁଖ ଭୂମିକା ନେଇଥିଲା।