ଏସବୁ ସୁନ୍ଦରୀ କ୍ରିକେଟର: ପଡ଼ିଆରେ ମାରନ୍ତି ଚଉକା ଛକା

ଓ୍ବାଶିଂଟନ,୨୬।୧୨: ଦୁନିଆର ମହିଳା କ୍ରିକେଟ ଦଳରେ ଥିବା କେତେକ ସୁନ୍ଦରୀ କ୍ରିକେଟର ଦେଖିବାକୁ ଯେମିତି ଖେଳ ପଡ଼ିଆରେ ତାଙ୍କର ଯାଦୁ ମଧ୍ୟ ସେମିତି। ସେମାନେ ପଡ଼ିଆକୁ ହାତରେ ବ୍ୟାଟ୍‌ ଧରି ଓହ୍ଲାଇଲେ ଦର୍ଶକମାନେ ତାଳି ମାରି ସ୍ବାଗତ କରିଥାନ୍ତି। ବୋଲରଙ୍କ ବଲ୍‌କୁ ଅନାୟସରେ ଚଉକା ଛକାରେ ପରିଣତ କରିବା ତାଙ୍କ ପାଇଁ ଅତି ସହଜ ମନେ ହୋଇଥାଏ। ସେମାନଙ୍କ ମଧ୍ୟରେ ରହିଛନ୍ତି ଏଲିସ୍‌ ପେରି। ଏହି ଅଷ୍ଟ୍ରେଲିଆନ୍‌ ଖେଳାଳି ଉଭୟ ମହିଳା କ୍ରିକେଟ୍‌ ଏବଂ ଫୁଟବଲରେ ଦେଶର ପ୍ରତିନିଧିତ୍ୱ କରିଥାନ୍ତି। ତାଙ୍କର ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ବେଶ୍‌ ଖ୍ୟାତି ରହିଛି। ସେ ଇତିମଧ୍ୟରେ ୮ ଟେଷ୍ଟ, ୧୦୯ ଏକ ଦିବସୀୟ ମ୍ୟାଚ୍‌ ଏବଂ ୧୧୦ ଟି-୨୦ ଖେଳିସାରିଛନ୍ତି। ସେ ୪ ହଜାର ରନ୍‌ ସଂଗ୍ରହ କରିଥିବାବେଳେ ୨୫୦ରୁ ଅଧିକ ଓ୍ବିକେଟ୍‌ ନେଇଛନ୍ତି। ଇଂଲଣ୍ଡର ସାରା ଟେଲରଙ୍କର ମଧ୍ୟ କ୍ରିକେଟରେ ଖ୍ୟାତି ରହିଛି। ଏବେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ୨୦୦୬ରୁ ନିଜର କ୍ୟାରିଅର ଆରମ୍ଭ କରି ୧୦ ଟେଷ୍ଟ, ୧୨୬ ଏକଦିବସୀୟ ଏବଂ ୯୦ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଅନ୍ୟତମ ସୁନ୍ଦରୀ କ୍ରିକେଟରଙ୍କ ମଧ୍ୟରେ ଭାରତ ସ୍ମୃତି ମନ୍ଧାନାଙ୍କ ବେଶ୍‌ ଖ୍ୟାତି ରହିଛି। ସେ ଇତିମଧ୍ୟରେ ସେ ୨ଟି ଟେଷ୍ଟରେ ୮୧ ରନ୍‌, ୫୧ ଏକଦିବସୀୟ ମ୍ୟାଚ୍‌ରେ ୨୦୨୫ ରନ୍‌ ଏବଂ ୬୬ ଟି-୨୦ ମ୍ୟାଚ୍‌ ଖେଳି ୧୪୫୧ ରନ୍‌ ସଂଗ୍ରହ କରିଛନ୍ତି।