ଏସବୁ କାରଣ ଯୋଗୁ ପ୍ରେମ ସମ୍ପର୍କରେ ଆସିଥାଏ ତିକ୍ତତା

ପ୍ରେମରେ ମନୋମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ସାଧାରଣ କଥା। ହେଲେ ଅନେକ ସମୟରେ ଏହି ଝଗଡ଼ା ସମ୍ପର୍କ ଭାଙ୍ଗିଦେଇଥାଏ। ସାମାନ୍ୟ କଥାରେ ଅଲଗା ହୋଇଯିବା ଯୋଗୁ ପ୍ରେମୀଯୁଗଳଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଝଗଡ଼ା ପରି ଆଉ କିଛି କାରଣ ରହିଛି ଯାହା ସମ୍ପର୍କକୁ ଭାଙ୍ଗିଦେଇଥାଏ। ଜାଣନ୍ତୁ ସେ ସମ୍ପର୍କରେ।

ଅନ୍ୟ ସ୍ଥାନକୁ ଯିବା ମାତ୍ରେ ସାଥୀକୁ ଭୁଲିଯିବା: କେତେଜଣ ଲୋକ ଏପରି ଅଛନ୍ତି ଯେଉଁମାନେ ଖାଲି ସମୟରେ ବୁଲିଯିବାକୁ ପସନ୍ଦ କରୁଥିଲେ ହେଁ ନିଜର ସାଥୀଙ୍କୁ ପୂରା ଭୁଲିଯାଆନ୍ତି। ମାତ୍ର ପ୍ରେମରେ ଥିବା ବେଳେ ଅନ୍ୟ ସ୍ଥାନକୁ ଯାଇ ନିଜର ପାର୍ଟନରଙ୍କୁ ଭୁଲିଯାଆନ୍ତୁ ନାହିଁ। କାରଣ ଏହି ଅଭ୍ୟାସ ଆପଣଙ୍କ ସାଥୀ ସହ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କକୁ ଭାଙ୍ଗିଦିଏ।

ବ୍ୟସ୍ତତା: ନିଜ କାମକୁ ନେଇ ବ୍ୟସ୍ତ ରହିବା ସ୍ବାଭାବିକ କଥା। ନିଜ କାମକୁ ପ୍ରାଥମିକତା ଦେବା ଜରୁରୀ ହୋଇଥାଏ। ମାତ୍ର ବେଳେବେଳେ ଆବଶ୍ୟକତାଠାରୁ ଆପଣଙ୍କ ଅଧିକ ବ୍ୟସ୍ତତା ପ୍ରେମ ସମ୍ପର୍କରେ ମନୋମାଳିନ୍ୟ ସୃଷ୍ଟି କରିଥାଏ, ଯାହା ସମ୍ପର୍କ ଭାଙ୍ଗିବାର କାରଣ ପାଲଟେ।

ମେସେଜର ଉତ୍ତର ନ ଦେବା: ଆଜିକାଲିର ଇଣ୍ଟରନେଟ୍‌ ଯୁଗରେ ଅନ୍‌ଲାଇନ୍‌ ଥାଇ ମଧ୍ୟ ପାର୍ଟନରଙ୍କ ମେସେଜ୍‌କୁ ଦେଖି ଅଣଦେଖା କରିବା ଅଥବା କୌଣସି ମେସେଜ ନ ଦେବା ସମ୍ପର୍କରେ ତିକ୍ତତା ଆସିବାର ଅନ୍ୟତମ ପ୍ରମୁଖ କାରଣ।

ଗୁରୁତ୍ୱ: ଏପରି କେତେଜଣ ପାର୍ଟନର ଅଛନ୍ତି ଯେଉଁମାନେ ପାର୍ଟନରଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥାନ୍ତି । ସେହି ପରିସ୍ଥିତିରେ ସମ୍ପର୍କରେ ତିକ୍ତତା ଆସିବା ସହ ଭାଙ୍ଗିଯିବା ସହଜ ହୋଇଥାଏ।

Share