New Delhi: Samajwadi Party President Akhilesh Yadav addresses during "NDTV Yuva 2018", in New Delhi on Sept 16, 2018. (Photo: Amlan Paliwal/IANS)
ଲକ୍ଷ୍ନୌ, ୨୪।୬: ଲୋକ ସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟୀ(ଏସପି)ଏବଂ ବହୁଜନ ସମାଜ ପାର୍ଟି(ବିଏସପି)ମଧ୍ୟରେ ପୁଣି ଲଢେଇ ଆରମ୍ଭ ହୋଇଯାଇଛି। ଦୁଇ ଦଳ ଏକାଠି ହୋଇ ନିର୍ବାଚନ ଲଢିବା ପରେ ସମ୍ପର୍କ ତୁଟାଇଥିଲେ। ଏବେ ଦୁଇ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଏସପି ସହ ମେଣ୍ଡ କରିବା ସବୁଠୁ ବଡ ଭୁଲ ଥିଲା ବୋଲି ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି। ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନରେ ଦଳ ଏକୁଟିଆ ଲଢିବ ବୋଲି ସେ କହିଛନ୍ତି। ଗତ ନିର୍ବାଚନରେ ଏସପି ସହ ମେଣ୍ଟ କରିବା ଫଳରେ ବିଏସପି ନିଜ ଭୋଟ ହରାଇଲା। ନିର୍ବାଚନ ଫଳାଫଳ ଆସିବା ପରେ ଏସପି ନେତା ଅଖିଳେଶ ଯାଦବ ମୋତେ ଥରୁଟିଏ ଫୋନ ମଧ୍ୟ କରି ନ ଥିଲେ ବୋଲି ମାୟା କହିଛନ୍ତି। ସୂଚନାଯୋଗ୍ୟ, ମାୟାବତୀ ରବିବାର ଦଳର ଏମପି, ବିଧାୟକ ଏବଂ ବରିଷ୍ଠ ନେତାମାନଙ୍କ ସହ ଏକ ବୈଠକ ଡକାଇଥିଲେ।