Manchester: Cricket icon Sachin Tendulkar ahead of the 22nd match of 2019 World Cup between India and Pakistan at Old Trafford in Manchester, England on June 16, 2019. (Photo: Surjeet Yadav/IANS)
ମୁମ୍ବାଇ,୯।୧୦(ପି.ଟି.): କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଗୁରୁବାର ମୁମ୍ବାଇ କ୍ରିକେଟ ଏକାଡେମୀ (ଏମ୍ସିଏ) ସଭାପତି ବିଜୟ ପାଟିଲଙ୍କୁ ଭେଟିବେ। ମିଳିଥିବା ସୂଚନା ଅନୁଯାୟୀ, ଏମ୍ସିଏ ପକ୍ଷରୁ ତେନ୍ଦୁଲକରଙ୍କୁ ଏକ ବୈଠକରେ ଯୋଗଦେବା ଲାଗି ଅନୁରୋଧ କରାଯାଇଥିଲା। ଜଣେ ସିନିୟର କର୍ମକର୍ତ୍ତା କହିଛନ୍ତି, ନୂଆ କରି ନିର୍ବାଚିତ କର୍ମକର୍ତ୍ତାମାନେ ମୁମ୍ବାଇ କ୍ରିକେଟର ଆହୁରି ଉନ୍ନତି ପାଇଁ ସଚିନଙ୍କ ପରମର୍ଶ ନେବେ। ମୁମ୍ବାଇ ଏପର୍ଯ୍ୟନ୍ତ ୪୧ ଥର ରଣଜୀ ଜିତିସାରିଛି। ଏହା ଯେ କୌଣସି ଦଳ କିମ୍ବା ରାଜ୍ୟ ଅପେକ୍ଷା ସର୍ବାଧିକ।