Carts are used as barricades in a containment area after the government eased a lockdown imposed as a preventive measure against the COVID-19 coronavirus, in Ahmedabad on May 27, 2020. (Photo by SAM PANTHAKY / AFP)
ଭୋପାଳ,୩୧।୫: ମଧ୍ୟପ୍ରଦେଶ(ଏମ୍ପି)ରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଲକ୍ଡାଉନ୍କୁ ଜୁନ ୧୫ ଯାଏ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂ ଚୌହାନ ଶନିବାର ଘୋଷଣା କରିଛନ୍ତି। ରାଜ୍ୟରେ ଅର୍ଥନେତିକ କାର୍ଯ୍ୟକଳାପ ପୁନଃ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ବୋଲି ସେ ମତ ଦେଇଛନ୍ତି। ପରିସ୍ଥିତିରେ ସୁଧାର ଆସିଲେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପ୍ରକାଶଥାଉ କି, ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶରେ କରୋନା ୩୩୪ ଜଣଙ୍କ ଜୀବନ ନେଲାଣି। ସଂକ୍ରମିତଙ୍କ ସଂଖ୍ୟା ୭,୬୪୫ ରେ ପହଞ୍ଚିଲାଣି। ଶୁକ୍ରବାର ୧୯୨ ନୂଆ ମାମଲା ସାମ୍ନାକୁ ଆସିଥିଲା।