Categories: ଅନୁଗୋଳ

ଏନ୍‌ଟିପିସିର ଶତ ପ୍ରତିଶତ ପିଏଲଏଫ୍‌ ହାସଲ

ତାଳଚେର,୧୬ା୫(ନି.ପ୍ର.)- ଏନ୍‌ଟିପିସି କଣିହଁା ମେ ୧୪ରେ ଶତ ପ୍ରତିଶତ ପ୍ଲାଣ୍ଟ ଲୋଡ଼ ଫ୍ୟାକ୍ଟର(ପିଏଲଏଫ୍‌)ର ହାସଲ କରିପାରିଛି। ଚଳିତ ବର୍ଷ ମେ ମାସରେ ୩ୟ ଥର ପାଇଁ କମ୍ପାନୀ ଶତ ପ୍ରତିଶତ ପିଏଲଏଫ୍‌ ହାସଲ କରିଥିବା ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଙ୍କଟ କାଳରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରି ଓଡ଼ିଶାର ସର୍ବବୃହତ ବିଦ୍ୟୁତ ଷ୍ଟେଶନ ଏନ୍‌ଟିପିସି ତାଳଚେର କଣିହଁା ଏହାର କର୍ମଚାରୀଙ୍କ ଶ୍ରମ ଏବଂ ଆଇଟି ସହାୟତାରେ ଏହି ସଫଳତା ଲାଭ କରିଛି। ସମସ୍ତ କର୍ମଚାରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ସହ ସେମାନଙ୍କୁ ସହାୟତା ପ୍ରଦାନ କରାଯାଉଛି କି ନା ତାହା ନିଶ୍ଚିତ କରିବାକୁ ପ୍ରକଳ୍ପ ପକ୍ଷରୁ ପଦକ୍ଷେପ ନିଆଯାଉଥିବା କୁହାଯାଇଛି। ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ ଠିକ୍‌ ସମୟରେ ଦେୟ ସହ ସେମାନଙ୍କୁ ୧୦ ହଜାରରୁ ଊର୍ଦ୍ଧ୍ୱ ମାସ୍କ ଯୋଗାଇ ଦିଆଯାଇଛି। ସିଏସଆର ଅଧୀନରେ ଥିବା ପାରିପାର୍ଶ୍ୱିକ ଗ୍ରାମଗୁଡ଼ିକର ଲୋକଙ୍କୁ ୧୧,୫୦୦ ମାସ୍କ ପ୍ରଦାନ କରାଯାଇଛି। ସେହିପରି ପ୍ରକଳ୍ପ ପରିସରରେ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।