ଏଥର ‘ବିଗ୍‌ ବସ୍‌-୧୩’ ଦେଖି ଡରିବେ ଦର୍ଶକ!

ସଲମାନ୍‌ ଖାନ୍‌ଙ୍କ ଟିଭି ଶୋ’ ‘ବିଗ୍‌ ବସ୍‌’ ଏହାର ଥିମ୍‌ ଏବଂ ପ୍ରତିଯୋଗୀଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଶୋ’ ମେକର୍ସ ପ୍ରତିଥର ଦର୍ଶକଙ୍କୁ ପସନ୍ଦ ଆସିବା ଭଳି କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ବିଗ୍‌ ବସ୍‌-୧୩ ସିଜିନ୍‌ରେ ମଧ୍ୟ ସେ ସେମିତି କିଛି ଭିନ୍ନ କରିବାକୁ ଯାଉଛନ୍ତି। ତେବେ ଏଥର ଶୋ’ ହରର୍‌ ଥିମ୍‌ ଉପରେ ଆଧାରିତ ହୋଇପାରେ ବୋଲି ଶୁଣିବାକୁ ମିଳୁଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଶୋ’ ମେକର୍ସ ଥିମ୍‌ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏହାର ପୂର୍ବ ସିଜିନ୍‌ ଅର୍ଥାତ୍‌ ‘ବିଗ୍‌ ବସ୍‌-୧୨’ କୁ ଦର୍ଶକ ସେତେଟା ପସନ୍ଦ କରି ନ ଥିଲେ। ତେଣୁ ଏଥର ଶୋ’ ମେକର୍ସ ଦେଖିଚାହିଁ ପ୍ରତିଯୋଗୀ ଚୟନ କରୁଛନ୍ତି। ତେବେ ବର୍ତ୍ତମାନ କେତେକ ପ୍ରତିଯୋଗୀଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେମାନଙ୍କ ମଧ୍ୟରେ ଅଭିନେତ୍ରୀ ଜରୀନ୍‌ ଖାନ୍‌, ଛୋଟ ପରଦାର କଳାକାର କରଣ ପଟେଲଙ୍କ ନାମ ରହିଛି। ଏଥର ମେକର୍ସ ଶୋ’କୁ ସଫଳ କରିବା ପାଇଁ ଜୋର୍‌ଦାର୍‌ରେ ଲାଗି ପଡ଼ିଥିବା ସଲମାନ୍‌ ନିକଟରେ ଏକ ସାକ୍ଷାତକାରରେ କହିଥିଲେ।

Share
Tags: film