ଏଣିକି ବିଦ୍ୟୁତ୍‌ ଚୋରଙ୍କୁ ଧରିବ ଡ୍ରୋନ୍‌

ନୂଆଦିଲ୍ଲୀ,୧୩।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିକଟରେ ଦିଲ୍ଲୀବାସୀଙ୍କ ପାଇଁ ଏକ ନୂଆ ଯୋଜନା ଆଣିଛନ୍ତି, ଯେଉଁଥିରେ ଯଦି ଗୋଟିଏ ପରିବାର ୨ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କରନ୍ତି ତେବେ ତାଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏହାପରେ ଏବେ ବିଦ୍ୟୁତ୍‌ ଚୋରିରେ ଲଗାମ ଲଗାଇବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି। ଏଣିକି ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ବିଦ୍ୟୁତ୍‌ ଚୋରି ବିରୋଧରେ ପାଟ୍ରୋଲିଂ କରାଯିବ। କେଉଁଠି ବଦ୍ୟୁତ୍‌ ଚୋରି ହେଉଛି ସେନେଇ କ୍ୟାମେରାରେ ନଜର ରଖାଯିବ। ଏଥିସହ ବିଦ୍ୟୁତ୍‌ କଟିଯାଇଥିଲେ ମଧ୍ୟ ଡ୍ରୋନ ଟେକ୍ନୋଲୋଜି ଦ୍ୱାରା ଏହାକୁ ସଜଡାଯାଇପାରିବ। ତେବେ ଆଧୁନିକ ଟେକ୍ନୋଲୋଜି ଦ୍ୱାରା ନିର୍ମାଣ କରାଯାଇଥିବା ଡ୍ରୋନ ଉପରେ ଗତ ୧ମାସ ଧରି କାର୍ଯ୍ୟ କରାଯାଉଛି। ଏହାର ଓଜନ ପ୍ରାୟ ୨କିଲୋଗ୍ରାମ୍‌। ଏହାକୁ ଉତ୍ତର ପୂର୍ବ ଦିଲ୍ଲୀରେ ଟାଟା ପାଓ୍ବାର କମ୍ପାନୀ ପାଇଲଟ ପ୍ରୋଜେକ୍ଟ ଭାବେ ବ୍ୟବହାର କରିଛି। ଏଥିଯୋଗୁ ୧୦ ପ୍ରତିଶତ ସମୟ ଓ ଟଙ୍କା ବଞ୍ଚିବ ବୋଲି କୁହାଯାଉଛି।