Categories: ବାଣିଜ୍ୟ

ଏଟିଏମ୍‌ ନେଣଦେଣ କଟକଣା କୋହଳ କଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୮।୪: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏଟିଏମ୍‌ ନେଣଦେଣ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି। ଏସ୍‌ବିଆଇ ଗ୍ରାହକମାନେ ଜୁନ ୩୦ ଯାଏ ଶୁଳ୍କମୁକ୍ତ ଏଟିଏମ୍‌ ଟ୍ରାଞ୍ଜାକଶନ କରିପାରିବେ। ଅର୍ଥାତ୍‌ ବ୍ୟାଙ୍କର ଗ୍ରାହକ ଏସ୍‌ବିଆଇ କିମ୍ବା ଅନ୍ୟ ବ୍ୟାଙ୍କର ଏଟିଏମ୍‌ରେ ବ୍ୟବହାର କଲେ ମଧ୍ୟ ଧାର୍ଯ୍ୟ ସମୟ ଯାଏ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏ ନେଇ ଗତ ମାସରେ ଘୋଷଣା କରିଥିଲେ। ସେ କହିଥିଲେ ଯେ ବ୍ୟାଙ୍କଗୁଡିକ ଆଗାମୀ ୩ ମାସ ଯାଏ ମିନିମମ୍‌ ବାଲାନ୍ସ କିମ୍ବା ଏଟିଏମ୍‌ ନେଣଦେଣରେ କୌଣସି ଚାର୍ଜ ନେବେ ନାହିଁ।

Share