Categories: ଅନୁଗୋଳ

ଏଟିଏମ୍‌ ତାଡ଼ି ଟଙ୍କା ଲୁଟ୍‌

ଛେଣ୍ଡିପଦା,୧ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଲକ୍ଷ୍ମୀ ବଜାରଠାରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ତାଡ଼ି ଶନିବାର ରାତିରେ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍‌ କରିଛନ୍ତି। କେତେ ପରିମାଣର ଟଙ୍କା ଲୁଟ୍‌ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି। ଏ ସମ୍ପର୍କରେ ରବିବାର ସକାଳେ ଭଡା ଘର ମାଲିକ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ଛେଣ୍ଡିପଦା ଥାନା ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ଛେଣ୍ଡିପଦା ପୋଲିସ ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।