ସହରୀକରଣରେ ବ୍ୟାପକ ଭାବେ ପୁରୁଣା ଆମ୍ବଗଛ କାଟି ଦିଆଯାଉଥତ୍ବାରୁ ବହୁ କିସମର ଦେଶୀ ଓ ସ୍ବାଦିଷ୍ଟ ଆମ୍ବ ସମୟକ୍ରମେ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ମଧ୍ୟ ଅନେକ କିସମ ଆମ୍ବ ଗଛ ଲୋପ ପାଇଗଲାଣି। ତେବେ ବିଲୁପ୍ତ ପ୍ରାୟ କିଛି ବିରଳ କିସମର ଦେଶୀ ଆମ୍ବ ସଂରକ୍ଷିତ କରି ରଖତ୍ଛନ୍ତି ଭାରତର କେତୋଟି ରାଜ୍ୟର ସ୍ଥାନୀୟ ଲୋକେ । ତାମିଲନାଡୁ ମଦୁରାଇ ଜିଲା କାରୁପଟ୍ଟି ଗାଁର ଲୋକେ କାରୁପଟ୍ଟିକାଇ କିସମ ଆମ୍ବ ସଂରକ୍ଷଣ କରି ରଖତ୍ପାରିଛନ୍ତି। ଏହାର ସ୍ବାଦ ତାଳଗୁଡ଼ ଭଳି। ସେହିଭଳି କେରଳର ଅନେକ ଅଞ୍ଚଳରେ କାନିମାଙ୍ଗା ଆମ୍ବ ଉତ୍ପାଦନ ହେଉଛିି, ଯାହା ଆଚାର ପାଇଁ ସବୁଠୁ ଭଲ। କର୍ନାଟକରେ କାଲଭାବି ମଭୁ କିସମ ଆମ୍ବକୁ ସ୍ଥାନୀୟ ଲୋକେ ସଂରକ୍ଷିତ କରି ରଖତ୍ଛନ୍ତି। ଏହାସହ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ଆମ୍ମା ଛେତୁ ଆମ୍ବ ଏବେ ଯାଏ ଅଛି। ଏହାର ଆକାର ବଡ଼, ତନ୍ତୁଯୁକ୍ତ ଓ ରସାଳ । ପଶ୍ଚିମବଙ୍ଗର ବତାଶ୍ କିସମ ଦେଶୀ ଆମ୍ବ ଆକାରରେ ଛୋଟ ଏବଂ ବ୍ୟବସାୟ ଉପଯୋଗୀ ନ ହେଲେ ମଧ୍ୟ ଲୋକେ ଏହାକୁ ସ୍ବାଦ ଦୃଷ୍ଟିରୁ ସଂରକ୍ଷଣ କରି ରଖତ୍ ପାରିଛନ୍ତି।