ଏଇ ଭାରତରେ

ଆର୍‌କା ପାମ୍‌ ବା ଗୁଆଗଛର ପତ୍ର ଓ ଖୋଳପାରୁ କୃତ୍ରିମ ଚମଡ଼ା ଭଳି ଉପତ୍ାଦ ପ୍ରସ୍ତୁତ କରୁଛନ୍ତି କର୍ନାଟକର ସୁରେଶ ଏସ୍‌ ଆର ଓ ତାଙ୍କ ସ୍ତ୍ରୀ ମୈଥିଲି। ପଶୁଙ୍କ ଚମଡ଼ାରେ ଗୋଟିଏ ବ୍ୟାଗ କିମ୍ବା ହଳେ ଚପଲ ତିଆରି କରିବା ଲାଗି ଅନେକ କେ.ଜି. କାର୍ବନ ଡାଇଅକ୍ସାଇଡ ନିର୍ଗମନ ହୋଇଥାଏ। କିନ୍ତୁ ସୁରେଶଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାକୃତିକ ଚମଡ଼ାରେ ବହୁତ କମ୍‌ କାର୍ବନ ନିର୍ଗମନ ହେଉଛି। ଏହା ବ୍ୟତୀତ ଏହି ଭେଗାନ ଲେଦର ବା ଚମଡ଼ା ପାଇଁ କମ୍‌ ପାଣି ମଧ୍ୟ ଦରକାର ହେଉଛି ଓ ଏହା ପୂରା ରାସାୟନମୁକ୍ତ । ତେଣୁ ଏହି ଚମଡ଼ା ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ। ଶିବମୋଗା ନିବାସୀ ସୁରେଶ ଭୂମି ଏଗ୍ରି ଭେଞ୍ଚର ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ୧ ଏକରରୁ ୪,୦୦୦ରୁ ୪,୫୦୦ ଗୁଆ ପତ୍ରର ଖୋଳପା ପାଉଛନ୍ତି ଓ ଅନ୍ୟ କଞ୍ଚାମାଲ ଗୁଆ ଚାଙ୍କେଠାରୁ ସଂଗ୍ରହ କରୁଛନ୍ତି। ଏହି ଭେଗାନ ଚମଡ଼ାରୁ ଚପଲଠାରୁ ଆରମ୍ଭ କରି ବ୍ୟାଗ ଓ ଅନ୍ୟାନ୍ୟ ସୌଖୀନ ଜିନିଷ ତିଆରି କରାଯାଉଛି। ସୁରେଶଙ୍କ ଦ୍ୱାରା ପ୍ରସ୍ତୁତ ଏହିସବୁ ଜିନିଷ ମହାରାଷ୍ଟ୍ର ଓ କର୍ନାଟକରେ ବେଶି ବିକ୍ରି ହେଉଛି। ସୁରେଶ ଦିଲ୍ଲୀ ଜି୨୦ ସମ୍ମିଳନୀରେ ତାଙ୍କ ଦ୍ୱାରା ଉପତ୍ାଦିତ ଜିନିଷକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ ।