ଏଇ ଭାରତରେ

ନୀରବଚ୍ଛିନ୍ନ ସାଧନା ବଳରେ ସବୁକିଛି ସମ୍ଭବ,ଏହା ପ୍ରମାଣ କରିଛନ୍ତି ପଶ୍ଚିମବଙ୍ଗର ତାରାପଦ ହାଲ୍‌ଦାର। ସେ ଦିନ ମଜୁରିଆରୁ ଏବେ ପାଲଟିଛନ୍ତି ଦେଶର ଜଣେ ପ୍ରତିଷ୍ଠିତ ସିତାର କାରିଗର। ଦାଦପୁର ଗାଁର ଏହି କଳାକାର ନିଜସ୍ବ ଉଦ୍ୟମରେ ତାଙ୍କ ଗାଁକୁ ଭାରତର ଏକ ସିତାର ନିର୍ମାଣ କେନ୍ଦ୍ର କରିପାରିଛନ୍ତି। ୧,୦୦୦ ହସ୍ତଶିଳ୍ପ କାରିଗରଙ୍କୁ ସିତାରା ତିଆରି କରିବାର କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ପ୍ରଶିକ୍ଷିତ କାରିଗରମାନେ ସେମାନଙ୍କ ଘରେ ସିତାର ତିଆରି କରୁଛନ୍ତି। ସିତାର ତିଆରି କରିବା ଲାଗି ଲାଉ, ବାଉଁଶ, କାଠ, ସେଲୁଲାଇଟ ପେପର ବ୍ୟବହାର କରୁଛନ୍ତି। ହଳଧର କୌଣସି ଡିଗ୍ରୀ ହାସଲ କରି ନାହାନ୍ତି କି ମ୍ୟୁଜିକ ଉପରେ ପ୍ରଶିକ୍ଷଣ ନେଇ ନାହାନ୍ତି । କିନ୍ତୁ ତାଙ୍କ ହାତ ତିଆରି ସିତାର ବଜାରରେ ଉପଲବ୍ଧ ଭଲ କ୍ୱାଲିଟିର ସିତାରଠାରୁ କୌଣସି ଗୁଣରେ କମ୍‌ ନୁହେଁ। ୧୯୬୦ରୁ ସେ ଏହି କାମ ଆରମ୍ଭ କରି ଦୀର୍ଘ ବର୍ଷ ମଧ୍ୟରେ ଗାଁର ସବୁ ଲୋକଙ୍କୁ ରୋଜଗାରକ୍ଷମ କରିବା ତାଙ୍କ ତ୍ୟାଗର ଏକ ବଳିଷ୍ଠ ଦୃଷ୍ଟାନ୍ତ। ତାରାପଦଙ୍କୁ ଏବେ ତାଙ୍କ ପୁଅ ସହଯୋଗ କରୁଛନ୍ତି। ୧୬ ବର୍ଷ ବୟସରେ କୋଲକାତା ଯାଇ ପ୍ରଥମେ ଏକ ଚା’ଦୋକାନରେ କାମ କରିଥିଲେ। ପରେ ଏକ ମ୍ୟୁଜିକ କମ୍ପାନୀରେ ୨ ଟଙ୍କା ମଜୁରିରେ କାମ କଲେ ଓ ସେଠାରେ ସେ ସିତାର ତିଆରି କରିବାର କୌଶଳ ଶିକ୍ଷା କରିଥିଲେ। ପରେ ଲକ୍ଷ୍ନୌ ଯାଇ ଏ ସମ୍ପର୍କରେ ଶିକ୍ଷା କରି ଗାଁକୁ ଫେରି ଏହି କାମ ଆରମ୍ଭ କରିଥିଲେ। ସିତାରଗୁଡ଼ିକ କ୍ୱାଲିଟି ଅନୁଯାୟୀ ୫,୦୦୦ରୁ ୧୫,୦୦୦ ଟଙ୍କାରେ ବିକ୍ରି ହେଉଛି। ଲୋକମାନେ ତିଆରି କରୁଥିବା ସିତାରଗୁଡ଼ିକ ଭାରତର ବିଭିନ୍ନ ସହର ସମେତ ବିଶ୍ୱର ବିଭିନ୍ନ ଦେଶରେ ବିକ୍ରି ହେଉଛି।