MS Dhoni (c) of Chennai Super Kings greets Rohit Sharma (c) of Mumbai Indians during the final of the Vivo Indian Premier League Season 12, 2019 between the Mumbai Indians and the Chennai Super Kings held at the Rajiv Gandhi Intl. Cricket Stadium, Hyderabad on the 12th May 2019 Photo by: Faheem Hussain /SPORTZPICS for BCCI
ନୂଆଦିଲ୍ଲୀ,୧୬।୨(ପି.ଟି.)- ଗତ ସଂସ୍କରଣର ଫାଇନାଲ ଭଳି ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସଅପ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ମଧ୍ୟରେ ଆଇପିଏଲ-୧୩ର ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ଭରତ ଓ ଦକ୍ଷିଣ ଆଫ୍ରିକା ସିରିଜ୍ ଆସନ୍ତା ମାସ ୧୮ ତାରିଖରେ ଶେଷ ହେବ। ଏହାର ୧୧ ଦିନ ପରେ ଆଇପିଏଲ ଆରମ୍ଭ ହେବ। ଇଣ୍ଡିଆନ ପ୍ରିମିୟର ଲିଗ୍ର ନକଆଉଟ୍ ପର୍ଯ୍ୟାୟର କାର୍ଯ୍ୟସୂଚୀ ପରେ ପ୍ରକାଶ ପାଇବ। କିନ୍ତୁ ମେ ୨୪ ତାରିଖରେ ଫାଇନାଲ ଖେଳାଯିବ ଧାର୍ଯ୍ୟ ହୋଇସାରିଛି। ପୂର୍ବ ସଂସ୍କରଣଗୁଡ଼ିକ ଭଳି ଶନିବାର ଡବଲ ହେଡର (ଦୁଇଟି ମ୍ୟାଚ୍) ଖେଳାଯିବ ନାହିଁ। ଫଳରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ପାଇଁ ଅଧିକ ଗୋଟେ ସପ୍ତାହ ଲାଗିବ। ପୂରା ସିଜନରେ ମାତ୍ର ୬ଟି ଡବଲ ହେଡର ପ୍ରତ୍ୟେକ ରବିବାର ଖେଳାଯିବ। ମେ ୧୭ ତାରିଖରେ ହେବାକୁ ଥିବା ଅନ୍ତିମ ଲିଗ୍ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ରାଜସ୍ଥାନ ରୟାଲ୍ସ ବ୍ୟତୀତ ଅନ୍ୟ ୭ ଫ୍ରାଞ୍ଚାଇଜ ସେମାନଙ୍କ ମୂଳ ଘରୋଇ ଭେନ୍ୟୁ ବଜାୟ ରଖିଛନ୍ତି।