ଉଦ୍ଧବଙ୍କୁ ଭେଟିଲେ ଗେହଲଟ

ମୁମ୍ବାଇ,୬।୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁମ୍ବାଇଠାରେ ଏକ ସୌଜନ୍ୟମୂଳକ ସାକ୍ଷାତ୍‌ କରିଛନ୍ତି। ଏହାପରେ ସେ ଖବରଦାତାଙ୍କୁ କହିଛନ୍ତି ଉଭୟ ନିଜ ନିଜ ରାଜ୍ୟପାଇଁ କିଭଳି ଉନ୍ନତି ମୂଳକ କାମ କରିବେ ସେ ନେଇ ଆଲୋଚନା ହୋଇଛି। ଏହାସହ ଶିବସେନା ମୁଖ୍ୟ ତଥା ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମେଣ୍ଟ ସରକାର ମହାରାଷ୍ଟ୍ରରେ ୫ବର୍ଷ ଶାସନ କରିବ ବୋଲି ଗେହଲଟ କହିଛନ୍ତି। ଠାକରେଙ୍କ ବସଭବନ ମାତୋଶ୍ରୀରେ ଏହି ସାକ୍ଷାତ୍‌କାର ହୋଇଥିବା ସୂଚନା ମିଳିଛି।

Share