Robin Uthappa of Kolkata Knight Riders during match 23 of the Vivo 2017 Indian Premier League between the Kolkata Knight Riders and the Gujarat Lions held at the Eden Gardens Stadium in Kolkata, India on the 21st April 2017Photo by Prashant Bhoot - Sportzpics - IPL
ନୂଆଦିଲ୍ଲୀ,୩।୧-୨୦୧୯ବର୍ଷ ଶେଷ ହେବା ପରେ ପୂର୍ବତନ ଓ ବର୍ତ୍ତମାନ କ୍ରିକେଟରମାନେ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳ ଚୟନ କରୁଛନ୍ତି। ଏହି ଧାରାରେ ଯୋଡ଼ି ହୋଇଛନ୍ତି ଉଇକେଟକିପର ବ୍ୟାଟ୍ସମ୍ୟାନ ରବିନ ଉଥପା। ତାଙ୍କ ଏକାଦଶରେ ୫ ଭାରତୀୟ ଖେଳାଳିଙ୍କୁ ସାମିଲ କରିଛନ୍ତି। ଓପନର ଭାବେ ରୋହିତ ଶର୍ମାଙ୍କୁ ଚୟନ କରିଛନ୍ତି। ତାଙ୍କ ସହ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କ୍ରିସ୍ ଗେଲ୍ଙ୍କୁ ବାଛିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆର ଡେଭିଡ୍ ଓ୍ବାର୍ନର ସ୍ଥାନ ପାଇନାହାନ୍ତି। ୩ ନମ୍ବର ପାଇଁ ସଭିଙ୍କ ଭଳି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଚୟନ କରିଛନ୍ତି। ମଧ୍ୟକ୍ରମର ଦାୟିତ୍ୱ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି’ଭିଲର୍ସଙ୍କୁ ଦେଇଛନ୍ତି। ଦଳରେ ଅଲରାଉଣ୍ଡର ଯୁବରାଜ ସିଂ ଓ ଉଇକେଟକିପର ଭାବେ ମହେନ୍ଦ୍ର ସିଂ ଧୋନୀଙ୍କୁ ସାମିଲ କରିଛନ୍ତି। ଉଥପାଙ୍କ ଅଧିନାୟକ ହେଉଛନ୍ତି ଧୋନୀ। କ୍ୟାପଟେନ କୁଲ୍ ଭାବେ ପରିଚିତ ଧୋନୀ ଏବେ ଭାରତୀୟ ଦଳର ଅଧିନାୟକ ପଦ ୨୦୧୭ରେ ଛାଡ଼ିଥିଲେ। କିନ୍ତୁ ତାଙ୍କ ନେତୃତ୍ୱରେ ଦଳ ୨୦୧୧ ଆଇସିସି ବିଶ୍ୱକପ୍ ଓ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଥିଲା। ଏହି ଦଳରେ ଇଂଲଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ବୋଲିଂ ଅଲରାଉଣ୍ଡର, ପୂର୍ବତନ ଭାରତୀୟ ପେସର ଜାହିର ଖାଁ, ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ଡାନିଏଲ ଭେଟୋରି ଓ ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ରହିଛନ୍ତି।
ଦଶନ୍ଧି ପାଇଁ ଉଥପ୍ପାଙ୍କ ଦଳ: ରୋହିତ ଶର୍ମା, କ୍ରିସ୍ ଗେଲ୍, ବିରାଟ କୋହଲି, ଷ୍ଟିଭ ସ୍ମିଥ୍, ଏବି ଡି’ଭିଲର୍ସ, ଯୁବରାଜ ସିଂ, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ ଓ ଉଇକେଟ କିପର), ବେନ୍ ଷ୍ଟୋକ୍ସ, ଡାନିଏଲ ଭେଟୋରି, ଜାହିର ଖାଁ ଓ ଲସିଥ ମାଲିଙ୍ଗ।