ଇ-ଆକଳନ ବ୍ୟବସ୍ଥା:୪ ଲକ୍ଷ ଟିକସଦାତାଙ୍କୁ ଜାରି ହେବ ନୋଟିସ

ନୂଆଦିଲ୍ଲୀ,୨୭।୯:କେନ୍ଦ୍ର ସରକାର ଫେସ୍‌ଲେସ୍‌ ଟିକସ ରିଟର୍ନ ଯାଞ୍ଚ ବ୍ୟବସ୍ଥାର ଇ-ଆକଳନ ଘୋଷଣା କରିଛନ୍ତି। ଏହି ନୂଆ ବ୍ୟବସ୍ଥାରେ ଆୟକର ବିଭାଗ ପକ୍ଷରୁ ଏଭଳି ୪ ଲକ୍ଷ ଟିକସଦାତାଙ୍କୁ କରାଯାଇଛି ଯେଉଁମାନଙ୍କୁ ନୋଟିସ ଜାରି କରାଯିବ।
ମାମଲା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ, ଆୟକର ବିଭାଗ ଇତିମଧ୍ୟରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟିକସଦାତାଙ୍କୁ ନୋଟିସ ପଠାଇ ସେମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିଟର୍ନ ଉପରେ ୧୫ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛି। ତେବେ ପ୍ରାୟ ୧୦ ହଜାର ନୋଟିସ ଟିକସଦାତାଙ୍କ ନିକଟକୁ ପହଞ୍ଚତ୍ପାରିନାହିଁ ଓ କେତେକ ଫେରି ଆସିଛି। ଚଳିତ ମାସ ୩୦ ଯାଏ ଯାଞ୍ଚ ସହ ସମ୍ପର୍କିତ ସମସ୍ତ ପ୍ରକାର ନୋଟିସ ପଠାଯିବ ବୋଲି ସେ କହିଛନ୍ତି। ଆୟକର ବିଭାଗ ଚଳିତ ଆର୍ଥିକ ବର୍ଷ ଲାଗି କମ୍ପ୍ୟୁଟର ଆଧାରିତ ଯାଞ୍ଚ ଚୟନ(ସିଏଏସ୍‌ଏସ୍‌) ଚକ୍ରକୁ ଚୂଡ଼ାନ୍ତ କରିସାରିଛି ଏବଂ ନୂଆ ବ୍ୟବସ୍ଥାରେ ଯାଞ୍ଚ ଲାଗି ପ୍ରାୟ ୧୦୦ ମାନଦଣ୍ଡ ଧାର୍ଯ୍ୟ ହୋଇଛି। ଅଧିକାରୀଙ୍କ କହିବାନୁଯାୟୀ, ଅଘୋଷିତ ବିଦେଶୀ ଆୟ ଓ ଅସ୍ଥାବର ସମ୍ପତ୍ତି, ଉଚ୍ଚ ମୂଲ୍ୟର କାରବାର, ଦୀର୍ଘକାଳୀନ ପୁଞ୍ଜି ଲାଭକୁ ଠିକ୍‌ ଭାବେ ନ ଦର୍ଶାଇବା, ଟିଡିଏସ୍‌ ଦାବି ଟିକସ ଫର୍ମ ସହ ମେଳ ନ ଖାଇବା, ଆମତ୍ୀୟଙ୍କ ନାମରେ କରାଯାଇଥିବା ନିବେଶକୁ ଲୁଚାଇବା, ଭୁଲ୍‌ ଭାବେ ରିଟର୍ନ ପୂରଣ କରିବା, ପୂର୍ବ ଆର୍ଥିକ ବର୍ଷରେ ଟିକସ ଫାଙ୍କିକୁ ଉକ୍ତ ୧୦୦ ମାନଦଣ୍ଡ ମଧ୍ୟରେ ସାମିଲ କରାଯାଇଛି। ଏହା ଆଧାରରେ ଟିକସଦାତାଙ୍କୁ ନୋଟିସ ପଠାଯାଇଛି। ଯୋଜନା ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଇ-ଆକଳନ ସମ୍ପୂର୍ଣ୍ଣ ଭାବେ ମାନବ ହସ୍ତକ୍ଷେପ ରହିତ ହେବ ନାହିଁ। କାରଣ ନିଜ ନିଜ କ୍ଷେତ୍ରର ଅଧିକାରୀ ଟିକସଦାତାଙ୍କ ପ୍ରୋଫାଇଲକୁ ବୁଝିବା ପରେ ନୋଟିସ ଜାରି କରିବା ପୂର୍ବରୁ ଏହାକୁ ସର୍ଭରରେ ଦେଖିବେ।