U.S. President Donald Trump makes a speech to evangelical supporters in Miami, Florida, U.S., January 3, 2020. REUTERS/Eva Marie Uzcategui
ଓ୍ବାଶିଂଟନ,୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଇରାନକୁ ଏକ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଇରାନ ଯଦି କୌଣସି ଆମେରିକୀୟ ଅବା କୌଣସି ଅନୁଷ୍ଠାନ ଉପରେ ଆକ୍ରମଣ କରେ ତେବେ ଇରାନର ୫୨ଟି ସ୍ଥାନରେ ଆକ୍ରମଣ କରିବ ଆମେରିକା। ଆଉ ଏହା ଅତ୍ୟନ୍ତ ଶକ୍ତିଶାଳୀ ହେବ ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି। ଟୁଇଟ୍ କରି ସେ ଇରାନକୁ ଏହି ଚେତାବନୀ ଦେଇଛନ୍ତି। ଟ୍ରମ୍ପ ଶନିବାର କହିଥିଲେ କାସିମ ସୁଲେମାନୀଙ୍କୁ ହତ୍ୟା କରିବାର ପଛରେ ଆମେରିକାର ମୁଖ୍ୟ ଉଦ୍ଦେଶ୍ୟ ଥିବା ଯୁଦ୍ଧ ବନ୍ଦ କରିବା, ଯୁଦ୍ଧ ଆରମ୍ଭ କରିବା ନୁହେଁ। କାସିମ ମୃତ୍ୟୁ ପୂର୍ବରୁ ଆମେରିକାର କେତେଜଣ କୂଟନୀତିଜ୍ଞ ଓ ସେନା ଯବାନଙ୍କୁ ହତ୍ୟା କରିବାଗୁ ଉଦ୍ୟମ କରିଥିବା ଟ୍ରମ୍ପ ପ୍ରକାଶ କରିଥିଲେ।