The Iron Dome anti-missile system fires interceptor missiles as rockets are launched from Gaza towards Israel, as seen from the Israeli side of the border, Israel May 4, 2019. REUTERS/Amir Cohen
ବାଗଦାଦ,୯।୧: ଆମେରିକା ଓ ଇରାକ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଥମିବାର ନାଁ ନେଉନି। ଗୁରୁବାର ସକାଳେ ଇରାକ ବାଗଦାଦର ଗ୍ରୀନ୍ ଜୋନ୍ରେ ୨ଟି ରକେଟ୍ ମାଡ କରାଯାଇଥିବା ଖବର ମିଳିଛି। ଏହା ଇରାକରେ ଥିବା ଆମେରିକା ଦୂତାବାସର ମାତ୍ର ଶହେ ମିଟର ଦୂରରେ କରାଯାଇଥିବା କୁହାଯାଉଛି। ଏଥିରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ନ୍ୟୁଜ ଏଜେନ୍ସି ରଏଟରର ସୂଚନା ଅନୁଯାୟୀ, ବାଗଦାଦରେ ସାଇରନ ସହ ଦୁଇଟି ଭୟଙ୍କର ଶବ୍ଦ ହୋଇଥିଲା। ଏହାପରେ ଜଣାପଡିଲା କି ଗ୍ରୀନ୍ ଜୋନ୍ରେ ରକେଟ୍ ମାଡ କରାଯାଇଛି।