ଇଫେଲ ଟାଓ୍ବାରକୁ ୧୩୦ ବର୍ଷ

ପ୍ୟାରିସ,୧୭।୫(ଏଏଫ୍‌ପି):ପ୍ୟାରିସ୍‌ର ଉଚ୍ଚତମ ଇଫେଲ ଟାଓ୍ବାର ୧୩୦ ବର୍ଷରେ ପଦାର୍ପଣ କରିଛି। ରଙ୍ଗାରଙ୍ଗ ଆଲୋକ ସଜ୍ଜା ମଧ୍ୟରେ ଏହାର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। ୧୮୮୯ରେ ପ୍ରତିଷ୍ଠିତ ଏହି ଟାଓ୍ବାର୍‌ର ଉଚ୍ଚତା ୩୨୪ ମିଟର ଏବଂ ଏଥିରେ ୭,୩୦୦ ଟନ୍‌ ଓଜନର ଧାତବ ଦ୍ରବ୍ୟରେ ଏହା ନିର୍ମାଣ ହୋଇଛି। ପ୍ରତିବର୍ଷ ୭୦ଲକ୍ଷ ପର୍ଯ୍ୟଟକ ଏହି ବିରଳ କୀର୍ତ୍ତିକୁ ପରିଦର୍ଶନ କରିବାକୁ ଆସନ୍ତି। ଏହାକୁ ଭାଙ୍ଗିଦେବା ଲାଗି ଅନେକ ଥର ଧମକ ଦିଆଯାଇଥିବା ସତ୍ତ୍ୱେ ଏହି ଟାଓ୍ବାର ଫ୍ରାନ୍ସର ସାଂସ୍କୃତିକ ଇତିହାସରେ ସର୍ବାଧିକ ଆକର୍ଷଣୀୟ ସ୍ମାରକୀ ହୋଇ ରହିଆସିଛି।
ଟାଓ୍ବାର ୪୧ବର୍ଷ ପର୍ଯ୍ୟନ୍ତ ବିଶ୍ୱର ସର୍ବୋଚ୍ଚ ଢାଞ୍ଚାର ମାନ୍ୟତା ପାଇଥିଲା। କିନ୍ତୁ ୧୯୩୦ରେ ନ୍ୟୁୟର୍କରେ ନିର୍ମାଣ କରାଯାଇଥିବା କ୍ରିସ୍‌ଲର ବିଲ୍‌ଡିଂ ଏହାଠୁ ଉଚ୍ଚା ହେବା ପରେ ଏହା ବିଶ୍ୱର ଉଚ୍ଚତମ ମାନ୍ୟତା ହରାଇଥିଲା।

Share
Tags: efel tower