ଇନ୍ଦୋର କରୋନା ସଂକ୍ରମଣର ହଟ୍‌ସ୍ପଟ

ଇନ୍ଦୋର,୧୨।୪: ବାଣିଜି୍ୟକ, ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସର୍ବଦା ଜଡ଼ିତ ରହିଆସିଥିବା ଇନ୍ଦୋର ସହର ମଧ୍ୟପ୍ରଦେଶରେ କରୋନା ସଂକ୍ରମଣର ହଟ୍‌ସ୍ପଟ ପାଲଟିଛି। ରାଜ୍ୟରେ ମୋଟ ୩୬ କରୋନା ମୃତକଙ୍କ ମଧ୍ୟରୁ ଇନ୍ଦୋରରୁ ୨୭ ଜଣ ରହିଛନ୍ତି। ଏହି ସହରରେ କରୋନା ଜନିତ ମୃତ୍ୟୁହାର ଜାତୀୟ ହାରର ୩ ଗୁଣ ରହିଛି। ମଧ୍ୟପ୍ରଦେଶରେ କୋଭିଡ୍‌-୧୯ ମାମଲା ୪୫୧ ରହିଥିବାବେଳେ ସେଥିରୁ ଅର୍ଦ୍ଧାଧିକ ହେଉଛି ଇନ୍ଦୋରର। ସୂଚନାଯୋଗ୍ୟ, କ୍ରମାଗତ ତୃତୀୟ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ସ୍ବଚ୍ଛତା ସର୍ଭେରେ ଇନ୍ଦୋରକୁ ସବୁଠୁ ସ୍ବଚ୍ଛ ସହର ମାନ୍ୟତା ମିଳିଥିଲା। ମୁସଲମାନ ବହୁଳ ଖଜ୍ରାନା, ଚନ୍ଦନନଗର, ରାଣୀପୁରା, ଟାଟପଟ୍ଟି ବଖାଲ ଏବଂ ସିଲାଓ୍ବତପୁରା ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ସର୍ବାଧିକ ରହିଛି।