ଇନଷ୍ଟାଗ୍ରାମରେ କାଜଲଙ୍କର ୧ କୋଟି ଫଲୋୟର୍ସ

ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ୍‌ ସେଲିବ୍ରିଟିଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ। ତେବେ ନିକଟରେ ଅଭିନେତ୍ରୀ କାଜଲଙ୍କର ଇନଷ୍ଟାଗ୍ରାମ ଫଲୋୟର୍ସଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। କାଜଲ ଇନଷ୍ଟାଗ୍ରାମରେ ତାଙ୍କ ଅଭିନୀତ ଫିଲ୍‌ ‘କଭି ଖୁସି କଭି ଗମ’ର ଏକ ଭିଡିଓ ଶେୟାର କରି ଖୁସି ବ୍ୟକ୍ତ କରିଛନ୍ତି। ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଏକ ଢୋଲର ତାଳେ ତାଳେ ସେ ଏକ ଗଳିରେ ନାଚୁଛନ୍ତି। ଏହି ଭିଡ଼ିଓର କ୍ୟାପଶନରେ ସେ ଲେଖିଛନ୍ତି, ‘ଏହି ଖୁସି ମୋ ଇନଷ୍ଟ୍ରାମ ଫଲୋୟର୍ସଙ୍କ ପାଇଁ, ଯେଉଁମାନେ ମୋର ରିଲ ଓ ରିଲୟ ଲାଇଫକୁ ଏତେ ଭଲପାଆନ୍ତି, ଆପଣଙ୍କର କାଜଲ।’ ଇନଷ୍ଟାଗ୍ରାମରେ କାଜଲଙ୍କ ଫଲୋୟସଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରିଥିବାରୁ କାଜଲ କେତେ ଖୁସି ଅଛନ୍ତି ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡିଛି।