Categories: Home Leftଖେଳ

ଇଦ ଅବସରରେ ଶୁଭକାମନା ଜଣାଇଲା କ୍ରୀଡ଼ା ଜଗତ

ନୂଆଦିଲ୍ଲୀ,୧୨।୮- ପୂରା ଦେଶରେ ସୋମବାର ପବିତ୍ର ଇଦ୍‌-ଉଜ-ଜୁହା ପାଳନ କରାଯାଇଛି। ଏହି ଅବସରରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି କ୍ରିକେଟରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର, ଟେନିସ ତାରକା ସାନିଆ ମିର୍ଜାଙ୍କ ସମେତ ପର୍ଯ୍ୟନ୍ତ ବହୁ କ୍ରୀଡ଼ାବିତ୍‌ ଶୁଭକାମାନା ଜଣାଇଛନ୍ତି। ଟୁଇଟର ଜରିଆରେ ମାଷ୍ଟର ବ୍ଲାଷ୍ଟର ଲେଖିଛନ୍ତି, ଇଦ ଉଜ୍‌ ଜୁହା ଅବସରରେ ସଭିଙ୍କୁ ଶୁଭକାମନା। ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ। ସେହିଭଳି ପୂର୍ବତନ କ୍ରିକେଟର  ତଥା ଭାଜପା ଏମ୍‌ପି ଗମ୍ଭୀର ଲେଖିଛନ୍ତି, ଇଦ୍‌ ଉଜ୍‌ ଜୁହାର ପବିତ୍ର ଅବସରରେ ସଭିଙ୍କ ସହ ମୋର ଶୁଭକାମନା ରହିଛି। ଏହା ସଭିଙ୍କ ପାଇଁ ଖୁସି, ଭଲପାଇବା ଓ ସଫଳତା ଆଣୁ। ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଶୁଭକାମନା ଜଣାଇବା ସହ ପୂର୍ବତନ କ୍ରିକେଟର ଭ୍ରାତା ୟୁସୁଫ ଓ ଇର୍ଫାନ ପଠାନଙ୍କ ଏକ ଫଟୋ ଶେୟାର କରିଛନ୍ତି। ଶୁଭେଚ୍ଛୁଙ୍କ ତାଲିକାରେ ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ, ପାକିସ୍ତାନ ପେସର ହାସନ ଅଲି, ଜର୍ମାନୀ ଫୁଟ୍‌ବଲ ଷ୍ଟାର ମେସୁଟ ଓଜିଲ, ଆଫଗାନିସ୍ତାନ ତାରକା ସ୍ପିନର ରଶିଦ ଖାଁଙ୍କ ଭଳି କ୍ରୀଡ଼ାବିତ ରହିଛନ୍ତି।