ଇଦ୍‌-ଉଲ୍‌-ଜୁହା ଉପଲକ୍ଷେ ବାଂଲାଦେଶ ସୀମାରେ ମିଠା ଅଦଳବଦଳ କଲେ ସେନା

ଫୁଲବାରି,୧୨।୮: ସାରା ବିଶ୍ୱରେ ସୋମବାର ପାଳନ କରାଯାଉଛି ‘ଇଦ୍‌-ଉଲ୍‌-ଜୁହା’। ଏହି ଅବସରରେ ଭାରତ-ବାଂଲାଦେଶ ସୀମାରେ ଥିବା ଫୁଲବାରିଠାରେ ଭାରତର ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌) ଯବାନମାନେ ପରସ୍ପର ମଧ୍ୟରେ ମିଠା ଅଦଳ ବଦଳ କରିଛନ୍ତି। ପ୍ରତିବର୍ଷ ପାକିସ୍ତାନ ସୀମାରେ ଏଭଳି ଦୃଶ୍ୟ ଦେଖାଯାଉଥିବା ବେଳେ ଏବର୍ଷ ବୋଧହୁଏ ପାକିସ୍ତାନ ସୀମାରେ ସେନାଙ୍କ ମଧ୍ୟରେ ମିଠା ଅଦଳ ବଦଳ ହୋଇନାହିଁ। ତେବେ ଭାଇଚାରାର ଏହି ପର୍ବକୁ ମଧ୍ୟ ଭୁଲି ନାହଁାନ୍ତି ସୀମାରେ ଦେଶକୁ ସୁରକ୍ଷା ଯୋଗାଉଥିବା ଏହି ବୀର ଯବାନମାନେ।