ଇଦ୍‌ରେ ଆସିବ ‘ରାଧେ’

ମୁମ୍ବାଇ: ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ’ ୨୦୨୦ ଇଦ୍‌ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ଏନେଇ ସଲମାନ୍‌ଙ୍କ ଫ୍ୟାନ୍‌ମାନେ ସୋସିଆଲ ମିଡ଼ିଆରେ ପ୍ରଚାର କରିବା ଆରମ୍ଭ କରିଦେଲେଣି। ସଲମାନ୍‌ଙ୍କ ଫିଲ୍ମ ଦେଖିବା ଲାଗି ସେମାନଙ୍କ ମନରେ ଉତ୍କଣ୍ଠା ଭରି ରହଛି। ପୂର୍ବରୁ ସଲମାନ୍‌ ନିଶ୍ଚିତ ଭାବେ ଇଦ୍‌ରେ ତାଙ୍କର ଏକ ଫିଲ୍ମ ରିଲିଜ୍‌ ହେବ ବୋଲି କହିଥିଲେ। ତେବେ କେଉଁ ଫିଲ୍ମଟି ତାଙ୍କର ଇଦ୍‌ରେ ମୁକ୍ତିଲାଭ କରିବ, ସେ ନେଇ କିଛି କୁହାଯାଇନାହିଁ। ଏହାକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ସସ୍‌୍‌ପେନ୍ସ ଲାଗିରହିଛି। ଖୁବ୍‌ଶୀଘ୍ର ଏନେଇ ଅଫିସିଆଲ ଆନାଉନ୍ସମେଣ୍ଟ କରାଯିବ ବୋଲି ଜଣାପଡ଼ିଛି। ‘ଦବଙ୍ଗ-୩’ ପରେ ସଲମାନ୍‌ଙ୍କ ପରବର୍ତ୍ତୀ ଫିଲ୍ମ ହେଉଛି ‘ରାଧେ’। ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ଏହା ପ୍ରସ୍ତୁତ କରାଯାଉଛି। ଏହା ସମ୍ଭବତଃ ୨୦୨୦ ଇଦ୍‌ରେ ମୁକ୍ତିଲାଭ କରିବ। ଏହାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର୍‌ ଧରିବାରେ
ଲାଗିଛି।