A rescue team evacuates locals on an inflatable boat during a flood after heavy rain in Bekasi, near Jakarta, Indonesia January 1 2020, in this photo taken by Antara Foto. Antara Foto/Saptono/via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY. MANDATORY CREDIT. INDONESIA OUT.
ଜାକର୍ତ୍ତା,୩ା୧: ଲଗାଣ ବର୍ଷା ଯୋଗୁ ଇଣ୍ଡୋନେସିଆରେ ଭୟଙ୍କର ବନ୍ୟା ଦେଖାଦେଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଏପର୍ଯ୍ୟନ୍ତ ୩୦ ଜଣ ପ୍ରାଣ ହରାଇଥିବାବେଳେ ଅନେକ ନିଖୋଜ ଥିବା ପ୍ରକାଶ। ଜାକର୍ତ୍ତା ଓ ଏହାର ଆଖପାଖ ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ହଜାର ହଜାର ଲୋକେ ବାସହରା ହୋଇପଡ଼ିଛନ୍ତି। ସରକାରୀ ଭାବେ ସାମାଜିକ ବ୍ୟାପାର ମନ୍ତ୍ରୀ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୨୧ ବୋଲି କହିଥିଲେ ହେଁ ଏହା ଯଥେଷ୍ଟ ଅଧିକ ବୋଲି ଜଣାପଡ଼ିଛି। ଜାଭାଦ୍ୱୀପରେ ୨, ଲେବାକ୍ରେ ୨ଜଣ ମୃତ୍ୟୁବରଣ କରିଥିବା ପ୍ରକାଶ। ୩୧ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଚାରିଆଡ଼ ଜଳାର୍ଣ୍ଣବ ହୋଇପଡ଼ିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୁଧବାରଠାରୁ ବିଦ୍ୟୁତ ନ ରହିବା, ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ନ ମିଳିବା କାରଣରୁ ସମସ୍ୟା ଦ୍ୱିଗୁଣିତ ହୋଇପଡ଼ିଛି। ବନ୍ୟା ଯୋଗୁ ହଲିମ୍ ପର୍ଦାନକୁସୁମା ବିମାନବନ୍ଦରକୁ ସାମୟିକ ଭାବେ ବନ୍ଦ ରଖାଯାଇଛି।