Guwahati: India's Amit Panghal being declared winner against Thailands Chakapong Chanpirom after their bout at the 2nd edition of India Open International Boxing Tournament 2019, in Guwahati, Wednesday, May 22, 2019. (PTI Photo) (PTI5_22_2019_000074B)
ଗୁଆହାଟୀ,୨୩।୫ (ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଇଣ୍ଡିଆ ଓପନ ବକ୍ସିଂ ଟୁର୍ନାମେଣ୍ଟରେ ଦୁଇ ଭାରତୀୟ ବକ୍ସର ଶିବ ଥାପା ଓ ଅମିତ ପଙ୍ଘାଲ ଆଶାନୁରୂପ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ଥାନୀୟ କର୍ମବୀର ନବିନ ଚନ୍ଦ୍ର ବୋର୍ଦୋଲୋଇ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଏହି ପ୍ରତିଯୋଗିତାରେ ଅନ୍ୟ ୫ ଭାରତୀୟ ବକ୍ସର ମଧ୍ୟ ସେମିରେ ପ୍ରବେଶ କରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍ ବ୍ରୋଞ୍ଜ୍ ପଦକ ବିଜେତା ଥାପା ୫-୦ ରେ ମରିସସ୍ର ହେଲେନ ଡାମିଏନ୍ଙ୍କୁ ହରାଇ ସେମିକୁ ଉଠିଛନ୍ତି। ୬୦ କେ.ଜି. ବର୍ଗ ସେମିରେ ସେ ୫-୦ରେ ହେଲେନ ଡାମିଏନଙ୍କୁ ଭେଟିବେ। ଗତ ମାସ ଥାପା ପ୍ରଥମ ଭାରତୀୟ ପୁରୁଷ ବକ୍ସର ଭାବେ କ୍ରମାଗତ ଚତୁର୍ଥଥର ପାଇଁ ଏସିଆନ୍ ପଦକ ହାସଲ କରିଥିଲେ। ସେହିପରି ଅଙ୍କିତ୍ ଓ ମନୀଷ କୌଶିକ ୫-୦ରେ ସେମାନଙ୍କ ପ୍ରତିପକ୍ଷ ଖେଳାଳିଙ୍କୁ ହରାଇ ୬୦ କେ.ଜି. ବର୍ଗ ସେମିରେ ପ୍ରବେଶ କରିଛନ୍ତି। ଫଳରେ ଭାରତୀୟ ୩ ଖେଳାଳି ୬୦ କେ.ଜି. ବର୍ଗ ସେମିକୁ ଉଠିଛନ୍ତି। ୫୨ କେ.ଜି. ବର୍ଗରେ ଭାରତ ଅମିତ ପଙ୍ଘାଲ, ନ୍ୟାଶନାଲ ଚାମ୍ପିୟନ ପି.ଏଲ. ପ୍ରସାଦ, ପୂର୍ବତନ ବିଶ୍ୱ ଯୁବ ଚାମ୍ପିୟନ ସଚିନ ସିଓ୍ବାଚ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଗୌରବ ସୋଲାଙ୍କି ସେମିରେ ପ୍ରବେଶ କରିଛନ୍ତି। ଫଳରେ ୪ ଭାରତୀୟ ସେମିରେ ମୁହଁାମୁହିଁ ହେବା ସ୍ପଷ୍ଟ ହୋଇଛି। ଅମିତ୍ ୫-୦ରେ ଥାଇଲାଣ୍ଡର ଚକାପୋଙ୍ଗ ଚାନପିରୋମଙ୍କୁ ହରାଇଥିଲେ। ସେମିରେ ଅମିତ ଏବେ ପ୍ରସାଦଙ୍କୁ ଭେଟିବେ।