Vignesh Dakshinamurthy of Mumbai City FC takes a shot at the goal during match 28 of the 7th season of the Hero Indian Super League between Mumbai City FC and Jamshedpur FC held at the GMC Stadium Bambolim, Goa, India on the 14th December 2020 Photo by Vipin Pawar / Sportzpics for ISL
ବାମ୍ବୋଲିମ୍, ୧୪।୧୨-
ଇଣ୍ଡିଆନ ସୁପର ଲିଗ୍ରେ ସୋମବାର ଜାମସେଦପୁର ଏଫ୍ସି ଓ ମୁମ୍ବାଇ ସିଟି ଏଫ୍ସି ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ମ୍ୟାଚର ୯ମ ମିନିଟରେ ନେରିଜୁସ ଭାଲ୍ସକିସ୍ ଗୋଲ ଦେଇ ଜାମସେଦପୁରକୁ ଅଗ୍ରଣୀ କରାଇଥିଲେ। ତେବେ ଏହାର ୬ ମିନିଟ ପରେ ଅର୍ଥାତ୍ ୧୫ତମ ମିନିଟରେ ମୁମ୍ବାଇର ମାର୍ଥୋଲୋମିଉ ଓଗ୍ବେଚେ ଗୋଲଟିକୁ ପରିଶୋଧ କରି ଦେଇଥିଲେ। ୨୮ତମ ମିନିଟରେ ଏଟର ମନରୋ ଦ୍ୱିତୀୟ ହଳଦିଆ କାର୍ଡ (ରେଡ୍ କାର୍ଡ) ପାଇବାରୁ ଜାମସେଦପୁରକୁ ୧୦ ଜଣଙ୍କ ସହ ଖେଳିବାକୁ ପଡ଼ିଥିଲା। ମାତ୍ର ଏହାର ଫାଇଦା ଉଠାଇ ପାରି ନ ଥିଲା ମୁମ୍ବାଇ। ଜାମସେଦପୁର ଦଳ କଡ଼ା ଚ୍ୟାଲେଞ୍ଜ୍ ଦେଇ ମ୍ୟାଚକୁ ୧-୧ ଗୋଲରେ ବରାବର ରଖିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚ ପରେ ମୁମ୍ବାଇ ୬ ମ୍ୟାଚରୁ ୧୩ ପଏଣ୍ଟ ପାଇ ଟେବୁଲର ଶୀର୍ଷସ୍ଥାନରେ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ଜାମସେଦପୁର ୬ ମ୍ୟାଚରୁ ୭ ପଏଣ୍ଟରେ ପହଞ୍ଚତ୍ ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଜାମସେଦପୁରର ଜ୍ୟାକିଚାନ୍ଦ ସିଂ ପାସ୍ ଅଫ୍ ଦି ମ୍ୟାଚ ଏବଂ ପିଟର ହାର୍ଟଲି ହିରୋ ଅଫ୍ ଦି ମ୍ୟାଚ ପୁରସ୍କାର ହାସଲ କରିଥିଲେ।