Aridane Jesus Santana of Odisha FC in action during match 22 of the Indian Super League ( ISL ) between Odisha FC and ATK held at the Shree Shiv Chhatrapati Sports Complex Stadium, Pune, India on the 24th November 2019. Photo by: Vipin Pawar / SPORTZPICS for ISL
ପୁଣେ,୨୫।୧୧(ପି.ଟି)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ରବିବାର ଓଡ଼ିଶା ଏଫ୍ସି ଓ ଏଟିକେ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଗୋଲ ଶୂନ୍ୟ ଭାବେ ଅମୀମାଂସିତ ରହିଛି। ସ୍ଥାନୀୟ ଶ୍ରୀ ଶିବ୍ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସଫଳ ହୋଇ ନ ଥିଲେ। ମ୍ୟାଚ୍ ଡ୍ର’ ରଖିଥିଲେ ମଧ୍ୟ ଏଟିକେ ଶୀର୍ଷରେ ରହିଛି। ଏପର୍ଯ୍ୟନ୍ତ ଏଟିକେ ୫ଟି ମ୍ୟାଚ୍ ଖେଳି ୩ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର’ ସହ ସର୍ବାଧିକ ୧୦ ପଏଣ୍ଟ ପାଇ ଶୀର୍ଷରେ ରହିଛି। ଅନ୍ୟପଟେ ଓଡ଼ିଶା ୫ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ, ୨ ପରାଜୟ ଓ ୨ଟି ଡ୍ର ସହ ୫ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ମ୍ୟାଚ୍ରେ ଅବଶ୍ୟ ଓଡ଼ିଶା ପ୍ରଭାବ ବିସ୍ତାର କରି ଖେଳିଥିଲା। ଏହି ଗ୍ରାଉଣ୍ଡକୁ ଓଡ଼ିଶା ତା’ର ଘରୋଇ ଗ୍ରାଉଣ୍ଡ ରୂପେ ଗ୍ରହଣ କରିଛି। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ ଗୁରୁବାର ୨୮ ତାରିଖରେ ଚେନ୍ନାଇନ୍ ଏଫ୍ସିକୁ ଭେଟିବ।