Kolkata : Bengaluru FC player Deshorn Dwayne try to score against ATK during ISL semi final match at Salt Lake Stadium,in Kolkata , Sunday, March 8, 2020. (PTI Photo/Ashok Bhaumik)(PTI08-03-2020_000195B)
କୋଲକାତା, ୯।୩ (ପି.ଟି.)- ଇଣ୍ଡିଆନ ସୁପର୍ ଲିଗ୍ (ଆଇଏସ୍ଏଲ୍) ସିଜନ-୬’ର ଫାଇନାଲ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଯାଇଛି। ଦୁଇଥରର ଚାମ୍ପିୟନ ଏଟିକେ ଓ ଚେନ୍ନାଇନ ସୁପର୍ ଲିଗ୍ ଟାଇଟଲ୍ ପାଇଁ ପରସ୍ପର ସହ ଲଢ଼ିବେ। ପୂର୍ବରୁ ଏଫ୍ସି ଗୋଆକୁ ପରାସ୍ତ କରି ଚେନ୍ନାଇନ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଆସନ୍ତା ଶନିବାର ଫାଇନାଲ ମ୍ୟାଚ୍ ଖେଳାଯିବ। ରବିବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ୨ୟ ଲେଗ୍ ମ୍ୟାଚ୍ରେ ଘରୋଇ ଏଟିକେ ୩-୧ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରିଥିଲା। ଏଥିପୂର୍ବରୁ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଲେଗ୍ ମ୍ୟାଚ୍ରେ ବେଙ୍ଗାଲୁରୁ ୧-୦ ଗୋଲରେ ବିଜୟୀ ହୋଇଥିଲା। ଫଳରେ ଦୁଇ ଲେଗ୍ର ଫଳାଫଳ ଅନୁଯାୟୀ ଏଟିକେ ମୋଟ୍ ଉପରେ ୩-୨ ଗୋଲରେ ବେଙ୍ଗାଲୁରୁକୁ ପରାସ୍ତ କରିଛି। ଏହି ପରାଜୟ ସହ ଷ୍ଟାର୍ ଖେଳାଳି ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ବେଙ୍ଗାଲୁରୁ କ୍ରମାଗତ ୩ୟ ଫାଇନାଲ ଖେଳିବା ଆଶା ଧୂଳିସାତ୍ ହୋଇଛି।