Bengaluru FC team team celebrates after the goal during match 64 of the Indian Super League ( ISL ) between Bengaluru FC and Odisha FC held at the Sree Kanteerava Stadium, Bengaluru, India on the 22nd January 2020. Photo by: Sandeep Shetty / SPORTZPICS for ISL
ବେଙ୍ଗାଲୁରୁ, ୨୩।୧- ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍ (ଆଇଏସଏଲ) ମ୍ୟାଚରେ ଓଡ଼ିଶା ଏଫସି ୦-୩ ଗୋଲରେ ବେଙ୍ଗାଲୁରୁ ଏଫସି ନିକଟରୁ ହାରି ଯାଇଛି। ଏଥିସହ ପୂର୍ବ ମ୍ୟାଚରେ ମୁମ୍ବାଇ ସିଟି ନିକଟରୁ ହାରିଥିବା ବେଙ୍ଗାଲୁରୁ ସଫଳ ପ୍ରତ୍ୟାବର୍ତ୍ତନ କରି ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ବିଜୟୀ ଦଳ ପକ୍ଷରୁ ଡେଶୋର୍ନ ବ୍ରାଉନ୍ ୨୩, ରାହୁଲ ଭେକେ ୨୫ ଓ ଅଧିନାୟକ ସୁନୀଲ ଛେତ୍ରୀ ୬୧ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହି ବିଜୟ ପରେ ବେଙ୍ଗାଲୁରୁ ପଏଣ୍ଟ ସଂଖ୍ୟା ୧୪ ମ୍ୟାଚରୁ ୨୫ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଓଡ଼ିଶା ଏଫସି ୨୧ ପଏଣ୍ଟ ସହିତ ୪ର୍ଥ ସ୍ଥାନ ବଜାୟ ରଖିଛି। ମ୍ୟାଚ ଆରମ୍ଭରୁ ଉଭୟ ଦଳ ନିଜ ଷ୍ଟାଇଲ୍ରେ ଖେଳି ପ୍ରତିପକ୍ଷ ଦଳ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ୩ୟ ମିନିଟରେ ଓଡ଼ିଶା ଏଫସି ପାଇଁ ପ୍ରଥମ ସୁଯୋଗ ଆସିଥିଲା। ମାତ୍ର ଗୌରବ ବୋରା ହେଡ୍ କରିବା ପରେ ବଲ୍ଟି ଗୋଲପୋଷ୍ଟ ଉପରେ ଚାଲି ଯାଇଥିଲା। ପରେ ବେଙ୍ଗାଲୁରୁ କ୍ରମଶଃ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା ଏବଂ ସଫଳ ହୋଇଥିଲା। ପ୍ରକାଶ ଯୋଗ୍ୟ ଯେ, ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ପୂର୍ବ ମୁକାବିଲାରେ ମଧ୍ୟ ବେଙ୍ଗାଲୁରୁ ବିଜୟୀ ହୋଇଥିଲା।