A worker sanitizes streets near San Marco, in Venice, Monday, April 6, 2020. The government is demanding Italians stay home and not take the leveling off of new coronavirus infections as a sign the emergency is over, following evidence that more and more Italians are relaxing restrictions the west's first and most extreme nationwide lockdown and production shutdown. The new coronavirus causes mild or moderate symptoms for most people, but for some, especially older adults and people with existing health problems, it can cause more severe illness or death. (AP Photo/Andrew Medichini)
ରୋମ,୧୧।୪: ଇଟାଲୀରେ କରୋନା ଭାଇରସ୍ ବେଲଗାମ୍ ହୋଇପଡ଼ିଛି। ଦିନକୁ ଦିନ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇଟାଲୀରେ ଏପର୍ଯ୍ୟନ୍ତ କରୋନାରେ ମୃତ୍ୟୁ ସଂଖ୍ୟା ୧୮,୮୪୯ ଟିପିଛି। ଯାହା ଅନ୍ୟ ଦେଶ ତୁଳନାରେ ସର୍ବାଧିକ। ଫଳରେ ଏହାକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ୟୁସେପେ କୋନ୍ତେ ଦେଶରେ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଥିବା ଜଣାପଡ଼ିଛି। ଗତ କିଛି ଦିନରୁ ବ୍ୟବସାୟୀମାନେ ଦେଶରୁ ଲକ୍ଡାଉନ୍ ହଟାଇବା ପାଇଁ ଏକ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇଥିଲେ। ଯଦି ଏହି ବନ୍ଦ ଜାରି ରହେ ତେବେ କମ୍ପାନୀଗୁଡ଼ିକ ଦରମା ଦେବାକୁ ଅସମର୍ଥ ରହିବେ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ କରିଥିଲେ। କିନ୍ତୁ ଗ୍ୟୁସେପେ ତାଙ୍କ ସମ୍ମୁଖରେ ମୁଣ୍ଡ ନ ନୁଆଁଇ ଦେଶର ହିତ ସକାଶେ ଏହି ଲକ୍ଡାଉନ୍ର ଅବଧିକୁ ମେ’ ୩ ଯାଏ ବୃଦ୍ଧି କରିଛନ୍ତି।