Iran Virus Outbreak
ରୋମ/ତେହେରାନ,୧୯।୩: ଇଟାଲିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନା ଧରୁନି। ଇତିମଧ୍ୟରେ ଏଠାରେ ୩୫,୭୧୩ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨,୯୭୮ ରହିଛି। ସରକାର କରୋନା ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ଇରାନରେ ସଂକ୍ରମିତଙ୍କ ସଂଖ୍ୟା ୧୭,୩୬୧ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୧,୧୩୫ରେ ପହଞ୍ଚିଛି। ଆମେରିକା ଇରାନ ଉପରେ ପ୍ରତିବନ୍ଧ ଜାରି କରିଥିବାରୁ କେତେକ ଅସୁବିଧା ସୃଷ୍ଟି ହେଉଥିବା କୁହାଯାଉଛି। ଇରାନ ସରକାର ସୁରକ୍ଷା ଦୃଷ୍ଟିରୁ ଧାର୍ମିକ ସ୍ଥଳ ଏବଂ ବଜାର ଯିବା ଉପରେ କଟକଣା ଲଗାଇଛନ୍ତି। ଏଠାରେ କରୋନା ସଂକ୍ରମଣରେ ସୁଧାର ଆଶା ରହିଥିବା କୁହାଯାଉଛି।