BIRMINGHAM, ENGLAND - APRIL 05: Dominic Sibley of Warwickshire poses for a portrait during the Warwickshire CCC Photocall at Edgbaston on April 5, 2018 in Birmingham, England. (Photo by Gareth Copley/Getty Images)
ସେଞ୍ଚୁରୀଅନ୍, ୩୦ା୧୨ (ଏଏଫ୍ପି)- ଦକ୍ଷିଣ ଆଫ୍ରିକା ଟୁର୍ରେ ଥିବା ଇଂଲଣ୍ଡ କ୍ରିକେଟ ଦଳର ଆଉ ଜଣେ ଖେଳାଳି ଓପନିଂ ବ୍ୟାଟ୍ସମ୍ୟାନ ଡୋମିନିକ୍ ସିବ୍ଲି ଅସୁସ୍ଥ ହୋଇ ପଡ଼ିଛନ୍ତି। ଦଳର ଜଣେ ମୁଖପାତ୍ର ସୋମବାର ଏକଥା ପ୍ରକାଶ କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକାରେ ପହଂଚିବା ପରେ ଚୂଡ଼ାନ୍ତ ଏକାଦଶର ସମସ୍ତ ଖେଳାଳିଙ୍କ ବ୍ୟତୀତ ୬ ଜଣ ସପୋର୍ଟ ଷ୍ଟାଫ୍ କେତେବେଳେ କେମିତି ଅସୁସ୍ଥତାର ଶିକାର ହୋଇଛନ୍ତି। ସେଞ୍ଚୁରିଅନ୍ରେ ରବିବାର ଶେଷ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ କ୍ରିସ୍ ଓକ୍ସ ଏବଂ ଜ୍ୟାକ୍ ଲିଚ୍ ଉପଲବ୍ଧ ନ ଥିଲେ। ଇଂଲଣ୍ଡ ଦଳ ମଙ୍ଗଳବାର କେପ୍ ଟାଉନ୍ ଗସ୍ତ କରିବ। ସେଠାରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶୁକ୍ରବାରଠାରୁ ଖେଳାଯିବ।