Categories: Home Leftଖେଳ

ଇଂଲଣ୍ଡ ଗସ୍ତ: ପାକିସ୍ତାନ ଦଳରେ ନବାଗତ ହାଇଦର

କରାଚୀ,୧୨।୬ (ପି.ଟି.): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ ଏକ ୨୯ ଜଣିଆ ଦଳ ଘୋଷଣା କରିଛି। ଏଥିରେ ୪ ବର୍ଷ ପରେ ଦ୍ରୁତ ବୋଲର ସୋହେଲ ଖାନ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଗସ୍ତରେ ପାକିସ୍ତାନ ୩ଟି ଲେଖାଏ ଟେଷ୍ଟ ଓ ଟି୨୦ ମ୍ୟାଚ୍‌ ଖେଳିବ। ସେହିପରି ଯୁବ ଦ୍ରୁତ ବୋଲର ହାଇଦର ଅଲୀ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ୨୦୧୯-୨୦ ସେସନରେ ହାଇଦର ଉଚ୍ଚକୋଟୀର ପ୍ରଦର୍ଶନ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି।
ବ୍ୟକ୍ତିଗତ କାରଣ ଦର୍ଶାଇ ମହମ୍ମଦ ଆମୀର ଓ ହାରିସକ ସୋହେଲ ଗସ୍ତରୁ ଓହରିଯିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ପରିବର୍ତ୍ତୀତ ଦଳ ଘୋଷଣା କରିଛି। କୋଭିଡ୍‌ -୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ୪ଜଣ ରିଜର୍ଭ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି। ଦଳର ସବୁ ଖେଳାଳି ଗସ୍ତର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଇଂଲଣ୍ଡରେ ରହିବେ। ଦୀର୍ଘ ଦିନ ଧରି କ୍ରିକେଟ ଖେଳି ନ ଥିବାରୁ ଏହି ଗସ୍ତ ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି ପାକିସ୍ତାନ କୋଚ୍‌ ମିସବା- ଉଲ- ହକ୍‌ କହିଛନ୍ତି।
ପାକିସ୍ତାନ ଦଳ: ଅବିଦ ଅଲୀ, ଫକାର ଜମାନ, ଇମାମ- ଉଲ- ହକ, ଶାନ ମାସୁଦ, ଆଝାର ଅଲୀ (ଅଧିନାୟକ), ବାବର ଆଜମ (ଟେଷ୍ଟ ଉପ- ଅଧିନାୟକ, ଟି୨୦ ଅଧିନାୟକ), ଆସାଦ ସାଫିକ, ଫଓ୍ବାଦ ଆଲମ, ହାଇଦର ଅଲୀ, ଇଫତିକାର ଅହମ୍ମଦ, ଖୁସିଦିଲ ଶାହା, ମହମ୍ମଦ ହାଫିଜ, ସୋଏବ ମଲିକ, ମହମ୍ମଦ ରିଜ୍‌ଓ୍ବାନ (ଉଇକେଟକିପର), ସର୍ଫରାଜ ଅହମ୍ମଦ (ଉଇକେଟକିପର), ଫହିମ ଆଶ୍ରଫ୍‌, ହାରିସ ରୌଫ୍‌, ଇମ୍ରାନ ଖାନ୍‌, ମହମ୍ମଦ ଆବାସ, ମହମ୍ମଦ ହାସନୈନ, ନସିମ ଶାହ, ଶାହିନ ଶାହ ଆଫ୍ରିଦି, ସୋହେଲ ଖାନ, ଉସ୍‌ମାନ ସିନଓ୍ବାରୀ, ଓ୍ବାହାମ ରିୟାଜ, ଇମାଦ ଓ୍ବାସିମ୍‌, କାସିଫ୍‌ ଭଟ୍ଟି, ଶଦାବ ଖାନ ଓ ୟାସିର ଶାହା।