Manchester: England's captain Eoin Morgan reacts after playing a shot during the Cricket World Cup match between England and Afghanistan at Old Trafford in Manchester, England, Tuesday, June 18, 2019. AP/PTI(AP6_18_2019_000170B)
ମାଞ୍ଚେଷ୍ଟର, ୧୮।୬(ପି.ଟି.)- ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଦିନିକିଆ ଫର୍ମାଟରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ସେ ୧୭ଟି ଛକା ମାରି ଏକ ବିରଳ ସଫଳତା ହାସଲ କରିଛନ୍ତି। ୭୧ଟି ବଲର ସମ୍ମୁଖୀନ ହୋଇ ସେ ୧୪୮ ରନର ଶତକୀୟ ପାଳି ଖେଳି ଗୁଲବଦିନ ନାଇବଙ୍କ ବଲ୍ରେ ରହମତ ସାହାଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦିନିକିଆରେ ସର୍ବାଧିକ ଛକା ମାରିବାରେ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ଓ୍ବେଷ୍ଟଇଣ୍ଡିଜର କ୍ରିସ୍ ଗେଲ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ପଛରେ ପକାଇଛନ୍ତି। ୨୦୧୩ରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୧୬ଟି ଛକା ମାରିଥିଲେ। ସେହିପରି ଗେଲ ଓ ଡିଭିଲର୍ସ ମଧ୍ୟ ଗୋଟିଏ ଇନିଂସରେ ୧୬ଟି ଛକା ମାରିଥିଲେ। ମୋର୍ଗାନଙ୍କ ଏହି ଧୂଆଁଧାର ଇନିଂସ ବଲରେ ଇଂଲଣ୍ଡ ଆଫଗାନିସ୍ତାନ ବିପକ୍ଷରେ ୬ ଉଇକେଟ ହରାଇ ୩୯୭ ରନର ବୃହତ୍ ଇନିଂସ ଖେଳିଥିଲେ।