Categories: Home Leftଖେଳ

ଆହତ ବ୍ୟାଟ୍ସମ୍ୟାନଙ୍କୁ ରନ୍‌ ଆଉଟ୍‌ କରିବାକୁ ମନାକଲେ ବୋଲର

ପର୍ଲ,୧୩।୧୨- ଚଳିତ ଏମ୍‌ଝାନ୍‌ସି ସୁପର ଲିଗ୍‌ରେ ଏପର୍ଯ୍ୟନ୍ତ ବହୁ ଆକ୍ସନ ହୋଇସାରିିଛି। ନେଲସନ ମଣ୍ଡେଲା ବେ ଜିଆଣ୍ଟସ ଓ ପର୍ଲ ରକ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ପେସର ଇସୁରୁ ଉଡାନା ପ୍ରତିପକ୍ଷ ଆହତ ବ୍ୟାଟ୍ସମ୍ୟାନଙ୍କୁ ରନ୍‌ ଆଉଟ୍‌ କରିବାକୁ ମନାକରି କ୍ରୀଡ଼ାବିତ୍‌ ମନୋଭାବର ପରିଚୟ ଦେଇଛନ୍ତି। ବୋଲର ଉଡାନାଙ୍କ ସାମ୍ନାରେ ଥିଲେ ହେଇନୋ କୁନ୍‌। କୁନ୍‌ ବଡ଼ ଶଟ୍‌ ଖେଳିବାକୁ ଯାଇଥିଲେ, ମାତ୍ର ବଲ ସାଥୀ ବ୍ୟାଟ୍ସମ୍ୟାନ ମାର୍କୋ ମାରିସଙ୍କ ଦେହରେ ବାଜିଥିଲା। ଆହତ ହେବାରୁ ସେ କ୍ରିଜ୍‌ ମଧ୍ୟକୁ ଫେରିବା ଲାଗି ସଂଘର୍ଷ କରୁଥିଲେ। ବୋଲରଙ୍କ ଉଡାନାଙ୍କ ନିକଟରେ ବଲ ଓ ଯଥେଷ୍ଟ ସମୟ ଥିଲା। ହେଲେ ସେ ଆହତ ବ୍ୟାଟ୍ସମ୍ୟାନଙ୍କୁ ରନ୍‌ ଆଉଟ୍‌ କରି ନ ଥିଲେ। ଉଲ୍ଲେଖଥାଉ କି, ୨୦୦୯ରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିବା ପରେ ଇସୁରୁ ଶ୍ରୀଲଙ୍କା ଜାତୀୟ ଦଳରେ ନିୟମିତ ସ୍ଥାନ ପାଉଛନ୍ତି। ଏପର୍ଯ୍ୟନ୍ତ ୧୫ ଦିନିକିଆ ଓ ୨୭ ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି।