England痴 wicketkeeper Jos Buttler (C) watches as Australia痴 Steven Smith (L) hits a shot for six runs during play on the first day of the second Ashes cricket test match between England and Australia at Lord's cricket ground in London, on July 16, 2015. AFP PHOTO / IAN KINGTON RESTRICTED TO EDITORIAL USE. NO ASSOCIATION WITH DIRECT COMPETITOR OF SPONSOR, PARTNER, OR SUPPLIER OF THE ECB
ଲିଡ୍ସ,୨୪।୮- ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟ ମ୍ୟାଚ୍ ମାତ୍ର ଦ୍ୱିତୀୟ ଦିନରେ ରୋମାଞ୍ଚକ ମୋଡ଼ରେ ପହଞ୍ଚିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ପ୍ରଥମ ଦିବସରେ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୫୨.୧ ଓଭରରେ ୧୭୯ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଦ୍ୱିତୀୟ ଦିନରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସ ଆରମ୍ଭ କରି ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୨୭.୫ ଓଭରରେ ଦଳ ମାତ୍ର ୬୭ ରନ କରି ଅଲଆଉଟ ହୋଇଥିଲା। ଫଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ବୃହତ୍ ୧୧୨ ରନ୍ ପଛରେ ପଡିଥିଲା।
ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୫୭ ଓଭରରେ ୬ ଉଇକେଟ ହରାଇ ୧୭୧ ରନ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆ ୪ ଉଇକେଟ ହାତରେ ରଖି ମୋଟ ୨୮୩ ରନର ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ଼ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ମାର୍ନସ ଲାବୁସେନ ୫୩ ଓ ଜେମ୍ସ ପାଟିନସନ ୨ ରନ କରି ଅପରାଜିତ ରହିଛନ୍ତି। ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଖାତା ଖୋଲିବା ପୂର୍ବରୁ ପ୍ରଥମେ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍କସ ହାରିସ ୧୯, ଉସ୍ମାନ ଖ୍ବାଜା ୨୩, ଟ୍ରାଭିସ୍ ହେଡ ୨୫, ମାଥ୍ୟୁ ଓ୍ବେଡ ୩୩ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ଟିମ୍ ପେନ୍ ବିନା ସ୍କୋରରେ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଷ୍ଟୁଆର୍ଟ ବ୍ରଡ ଓ ବେନ୍ ଷ୍ଟୋକ୍ସ ୨ଟି ଲେଖାଏ, କ୍ରିସ୍ ଓ୍ବକ୍ସ ଓ ଜ୍ୟାକ ଲିଚ୍ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।
ଶୁକ୍ରବାର ସକାଳୁ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଅଷ୍ଟ୍ରେଲୀୟ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ଇଂଲଣ୍ଡ ସ୍ବଳ୍ପ ରନରେ ଅଲଆଉଟ ହୋଇଥିଲା। ଘରୋଇ ମାଟିରେ ଏହା ଇଂଲଣ୍ଡର ଚତୁର୍ଥ ସର୍ବନିମ୍ନ ସ୍କୋର ସାବ୍ୟସ୍ତ ହୋଇଛି। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଜୋ ଡେନଲି ମାତ୍ର ୧୨ ରନ କରି ଆଉଟ ହୋଇଥିବା ବେଳେ ଇଂଲଣ୍ଡର ବାକି ୧୦ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନାହାନ୍ତି। ଅଧିନାୟକ ଜୋ ରୁଟ୍ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓପନର ରୋରି ବନର୍ସ ୯, ଜାସନ ରୟ ୯, ବେନ୍ ଷ୍ଟୋକ୍ସ ୮, ଉଇକେଟକିପର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ୪, ଜୋସ ବଟଲର ୫, କ୍ରିସ୍ ଓ୍ବକ୍ସ ୫, ଜୋଫ୍ରା ଆର୍ଚର ୭, ଜ୍ୟାକ ଲିଚ୍ ୧ ରନ କରି ଆଉଟ ହୋଇଥିଲେ। କ୍ରିସ୍ ବ୍ରଡ ୪ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଜୋଶ ହାଜେଲଉଡ୍ ୫, ପ୍ୟାଟ କୁମିନ୍ସ ୩, ଜେମ୍ସ ପାଟିନସନ ୨ଟି ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୫୨.୧ ଓଭରରେ ୧୭୯ ରନରେ ଅଲଆଉଟ୍।
ଇଂଲଣ୍ଡ ପ୍ରଥମ ଇନିଂସ- ୨୭.୫ ଓଭରରେ ୬୭ ଅଲଆଉଟ୍
(ଡେନ୍ଲି- ୧୨, ହାଜଲେଉଡ- ୫/୩୦, କୁମିନ୍ସ-୩/୨୩, ପାଟିନସନ- ୨/ ୯)
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ- ୫୭ ଓଭରରେ ୧୭୧/୬
(ଲାବୁସେନ- ୫୩ *, ଓ୍ବେଡ- ୩୩, ହେଡ- ୨୫, ଖ୍ବାଜା- ୨୩, ହାରିସ- ୧୯, ବ୍ରଡ- ୨/୩୪, ଷ୍ଟୋକ୍ସ- ୨/୩୩, ଓ୍ବକ୍ସ- ୧/୩୪, ଲିଚ୍- ୧/୪୬)।