A general view of covers on the pitch ahead of day one of the fourth Ashes Test at Emirates Old Trafford, Manchester. (Photo by Mike Egerton/PA Images via Getty Images)
ଓଲ୍ଡ ଟ୍ରାଫର୍ଡ,୫।୯- ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଆଶେସ ଟେଷ୍ଟ ମ୍ୟାଚ୍ ବୁଧବାରଠାରୁ ଆରମ୍ଭ ହୋଇଛି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିବସରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪୪ ଓଭରରେ ୩ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରିଛି। ଇନ୍ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍ ୬୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଓ ଟ୍ରାଭିସ୍ ହେଡ ୧୮ ରନ କରି ଅପରାଜିତ ରହିଛନ୍ତି। ତାରକା ଓପନର ଡେଭିଡ ଓ୍ବାର୍ନର ଖାତା ଖୋଲିବା ପୂର୍ବରୁ ଷ୍ଟୁଆର୍ଟ ବ୍ରଡଙ୍କ ବଲ୍ ଉଇକେଟକିପର ଜନି ବେୟାରଷ୍ଟୋଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ଅନ୍ୟତମ ଓପନର ମାର୍କସ ହାରିସ୍ ୧୩ ରନ କରିଥିବା ବେଳେ ଏଲ୍ବିଡବ୍ଲ୍ୟୁ ହୋଇ ବ୍ରଡଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ମାର୍ନସ ଲାବୁସ୍କାନ ୬୭ ରନର ଅର୍ଦ୍ଧଶତକୀୟ ପାଳି ଖେଳି କ୍ରେଗ୍ ଓଭରଟନଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ବର୍ଷା ଯୋଗୁ ପ୍ରଥମ ଦିନରେ ମାତ୍ର ୪୪ ଓଭର ଖେଳ ସମ୍ଭବ ହୋଇଥିଲା। ବୋଲିଂରେ ଇଂଲଣ୍ଡ ତରଫରୁ ବ୍ରଡ ୨ ଓ ଓଭରନଟନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଚଳିତ ଆଶେସ ୧-୧ ସମାନସ୍ତରରେ ରହିଛି।