LEEDS, ENGLAND - AUGUST 24: Joe Root of England celebrates reaching fifty during Day Three of the 3rd Specsavers Ashes Test match between England and Australia at Headingley on August 24, 2019 in Leeds, England. (Photo by Alex Davidson/Getty Images)
ଲିଡ୍ସ, ୨୫।୮(ଏଏଫ୍ପି)- ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟ ରୋମାଞ୍ଚକ ମୋଡରେ ପହଞ୍ଚିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୫୨.୧ ଓଭରରେ ୧୭୯ ରନ କରି ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୨୭. ୫ ଓଭରରେ ମାତ୍ର ୬୭ ରନ କରି ଅଲଆଉଟ ହେବା ସହ ୧୧୨ ରନ ପଛରେ ପଡିଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ୭୫.୨ ଓଭରରେ ୨୪୬ ରନ କରି ଆଲଆଉଟ ହୋଇଥିଲ। ଫଳରେ ଇଂଲଣ୍ଡ ସମ୍ମୁଖରେ ୩୫୯ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।
ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଇଂଲଣ୍ଡ ଶନିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୭୨ ଓଭରରେ ୩ ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରିଛି। ଫଳରେ ମ୍ୟାଚ୍ ଆଉ ୨ ଦିନ ବାକିଥିବା ବେଳେ ବିଜୟ ପାଇଁ ଇଂଲଣ୍ଡ ୭ ଉଇକେଟ ବାକି ରଖି ଆଉ ୨୦୩ ରନ ଆବଶ୍ୟକ କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ଜୋ ରୁଟ୍ ୭୫ ଓ ବେନ୍ ଷ୍ଟୋକ୍ସ ୨ ରନ କରି ଅପରାଜିତ ରହିଛନ୍ତି। ଓପନର ରୋରି ବନର୍ସ ୭, ଜାସନ ରୟ ୮, ଜୋ ଡେନ୍ଲି ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଛନ୍ତି। ବୋଲିଂରେ ଅଷ୍ଟ୍ରେଲିଆର ଜୋଶ ହାଜେଲଉଡ ୨ ଓ ପ୍ୟାଟ୍ କୁମିନ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି।
ଦ୍ୱିତୀୟ ଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୭୧/୬ରୁ ଅଷ୍ଟ୍ରେଲିଆ ଖେଳ ଆରମ୍ଭ କରି ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ୫୩ରୁ ଖେଳ ଆରମ୍ଭ କରି ୮୦ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ ହୋଇଥିଲେ। ସେହିପରି ପାଟିନସନ ୨ ରନରୁ ଖେଳି ଆରମ୍ଭ କରି ୨୦ ରନ କରି ଜୋଫ୍ରା ଆର୍ଚରଙ୍କ ବଲ୍ରେ ଜୋ ରୁଟ୍ଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ୟାଟ କୁମିନ୍ସ ୬, ନାଥନ ଲିୟନ ୯ ରନ କରି ଆଉଟ ହୋଇଥିଲେ। ହାଜେଲଉଡକ ୪ ରନ କରି ଅପରାଜିତ ରହିଥିଲେ। ପାଟିନସନ ଓ ଲାବୁସେନ ସପ୍ତମ ଉଇକେଟରେ ୫୧ ରନ ସଂଗ୍ରହ କରିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ବେନ୍ ଷ୍ଟୋକ୍ସ ୩, ଆର୍ଚର ଓ ଷ୍ଟୁଆର୍ଟ ବ୍ରଡ ୨ଟି ଲେଖାଏ, କ୍ରିସ୍ ଓ୍ବକ୍ସ ଓ ଜ୍ୟାକ ଲିଚ୍ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ପୂବରୁ ବର୍ମିଂହାମ୍ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ୨୫୧ ରନରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ୫ ମ୍ୟାଚ୍ ବିଶିଷ୍ଟ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ତେବେ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ଅମୀମାଂସିତ ରହିଥିଲା।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୫୨.୧ ଓଭରରେ ୧୭୯ ରନରେ ଅଲଆଉଟ୍।
ଇଂଲଣ୍ଡ ପ୍ରଥମ ଇନିଂସ- ୨୭.୫ ଓଭରରେ ୬୭ ଅଲଆଉଟ୍।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ- ୭୫.୨ ଓଭରରେ ୨୪୬ ଅଲଆଉଟ୍
(ଲାବୁସେନ- ୮୦, ଓ୍ବେଡ- ୩୩, ହେଡ- ୨୫, ଖ୍ବାଜା- ୨୩, ପାଟିନସନ- ୨୦, ଷ୍ଟୋକ୍ସ- ୩/୫୬, ଆର୍ଚର- ୨/୪୦, ବ୍ରଡ- ୨/୫୨)।
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୭୨ ଓଭରରେ ୧୫୬/୩
(ରୁଟ୍- ୭୫*, ଡେନଲି- ୫୦, ହାଜେଲଉଡ୍- ୨/୩୫)