ଆର୍ଥିକ ମାନ୍ଦାବସ୍ଥା: ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଲେ ବାମପନ୍ଥୀ

ନୂଆଦିଲ୍ଲୀ,୧୬।୯: ଦେଶର ଆର୍ଥିକ ମାନ୍ଦାବସ୍ଥା ନେଇ ବାମପନ୍ଥୀ ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଛନ୍ତି। ସେପ୍ଟେମ୍ବର ୨୦ରେ ଏନେଇ ବାମପନ୍ଥୀ ଦଳଗୁଡ଼ିକର ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ଦେଶରେ ନିଯୁକ୍ତି ନ ପାଇ ଯୁବକମାନେ ବେକାର ବୁଲୁଥିବାବେଳେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତି ଯୋଗୁ ଏବେ ବିଭିନ୍ନ ଶିଳ୍ପ ସଂସ୍ଥାରେ ଛଟେଇ ଜାରି ରହିଥିବା ବାମପନ୍ଥୀ ଅଭିଯୋଗ କରିଛନ୍ତି। ଏନେଇ ସିପିଆଇଏମ୍‌ ଜେନେରାଲ ସେକ୍ରେଟାରୀ ସୀତାରାମ ୟେଚୁରୀ, ସିପିଆଇ ଜେନେରାଲ ସେକ୍ରେଟାରୀ ଡି. ରାଜା, ଫରଓ୍ବାର୍ଡ ବ୍ଲକ୍‌ ଜେନେରାଲ ସେକ୍ରେଟାରୀ ଦେବବ୍ରତ ବିଶ୍ୱାସ, ସିପିଆଇଏମ୍‌-ଏମଏଲ୍‌ ଲିବରେଶନ୍‌ ଜେନେରାଲ ସେକ୍ରେଟାରୀ ଦୀପଙ୍କର ଭଟ୍ଟାଚାର୍ଯ୍ୟ ପ୍ରମୁଖ ମିଳିତ ବିବୃତିିିି ଦେଇଛନ୍ତି।