Categories: Home Leftଖେଳ

‘ଆରମ୍ଭ ହେଲା ଟି୨୦ ବିଶ୍ୱକପ୍‌ ପ୍ରସ୍ତୁତି’

ଲଡରହିଲ,୩।୮(ପି.ଟି.)- ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରୁ ପ୍ରସ୍ତୁତି ଆରମ୍ଭ କଲା ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି। ମେଗା ଇଭେଣ୍ଟ ପୂର୍ବରୁ ଆମ ନିକଟରେ ୨୫ରୁ ୨୬ ମ୍ୟାଚ୍‌ ଅଛି। ଏତେ ସଂଖ୍ୟକ ମ୍ୟାଚ୍‌ରୁ ଆମେ ଶ୍ରେଷ୍ଠ ୧୫ ଓ ଦଳୀୟ ଏକାଦଶ ପାଇବୁ। ଏହା ଯୁବ ଖେଳାଳିଙ୍କ ଲାଗି ବଡ଼ ସୁଯୋଗ। ସେମାନେ ଦଳରେ ନିଜ ସ୍ଥାନ ପକ୍କା କରିପାରିବେ ବୋଲି କୋହଲି କହିଛନ୍ତି। ଟି୨୦ ବିଶ୍ୱକପ୍‌ ୨୦୨୦ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା। ଅନ୍ତିମ ସଂସ୍କରଣ ଭାରତରେ ଖେଳାଯାଇଥିଲା, ଯେଉଁଥିରେ ଟିମ୍‌ ଇଣ୍ଡିଆ ସେମିଫାଇନାଲରୁ ବାଦ୍‌ ପଡ଼ିଥିଲା। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ ବ୍ୟତୀତ ଦକ୍ଷିଣ ଆଫ୍ରିକା (ସେପ୍ଟେମ୍ବର), ବାଂଲାଦେଶ (ନଭେମ୍ବର), ଓ୍ବେଷ୍ଟଇଣ୍ଡିଜ (ଡିସେମ୍ବର) ଓ ଜିମ୍ବାଓ୍ବେ (ଜାନୁୟାରୀ, ୨୦୨୦) ବିପକ୍ଷରେ ଭାରତ ଘରୋଇ ସିରିଜ୍‌ ଖେଳିବ।