??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଆରଡି,୧୫।୮(ଡି.ଏନ୍.ଏ.)- ଭଦ୍ରକ ଜିଲା ଆରଡି ଅଞ୍ଚଳରେ ୭୩ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଫାଣ୍ଡି ଅଧିକାରୀ ବ୍ରଜ କିଶୋର ଦାସ, ଆର.ଆଇ ଦେବାଶିଷ ରାୟ, ଆଖଣ୍ଡଳମଣି ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡା, ବାବାମଣି ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଯୁଧିଷ୍ଠିର ଜେନା, ମଠଡିହ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବନିତା ପୃଷ୍ଟି ପ୍ରମୁଖ ନିଜ ନିଜ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବାପୁଜୀ ହାଇସ୍କୁଲରେ ସରୋଜ ନାୟକ, ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟରେ ବାବାଜୀ ଚରଣ ରାଉତ, ଓଳଗ ୟୁଥକ୍ଲବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କହ୍ନେଇ ଚରଣ ବିଳାସ, ସୁନ୍ଦରପୁର ପଞ୍ଚାୟତରେ ସରପଞ୍ଚ ଅରବିନ୍ଦ ପାଢୀ, ନାନ୍ଦପୁର ପଞ୍ଚାୟତରେ ସରଳା ବିଶ୍ୱାଳ, ଆରଡିରେ ଅରବିନ୍ଦ ପାଢୀ, ପାଳସାହିରେ ଅନସୂୟା ମିଶ୍ର ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ। ଏତତ ବ୍ୟତୀତ ସ୍ଥାନୀୟ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ, ଯୁବକ ସଂଘ ଓ ବିଭିନ୍ନ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା।