Chinese President Xi Jinping in Wuhan
ଓ୍ବାଶିଂଟନ, ୨୮ା୩: କରୋନା ଭାଇରସ୍ ମହାମାରୀର ରୂପ ନେଇ ୨୫ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ ନେଲାଣି। ଏଥିଲାଗି ବିଶ୍ୱବ୍ୟାପୀ ଆତଙ୍କ ଖେଳିଯାଇଛି। ଏହାର ମୁକାବିଲା ଲାଗି ଆମେରିକା ଓ ଚାଇନା ଏକାଠି ହୋଇ କାମ କରିବା ଉଚିତ ବୋଲି ଚାଇନା ରାଷ୍ଟ୍ରପତି ଜି. ଜିନ୍ପିଙ୍ଗ ଶୁକ୍ରବାର ପ୍ରକାଶ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେ ଅନୁରୋଧ କରି କହିଛନ୍ତି, ବାକ୍ଯୁଦ୍ଧ ଓ ପାରସ୍ପରିକ ମତାନ୍ତର ଛାଡ଼ି ଚାଇନା ସମସ୍ତ ସୂଚନା ଦେବା ଲାଗି ପ୍ରସ୍ତୁତ ଅଛି। ପ୍ରକାଶଥାଉ କି, ଟ୍ରମ୍ପ ଓ ଆମେରିକା ପରରାଷ୍ଟ୍ର ସଚିବ ମାଇକ୍ ପମ୍ପିଓ ଚାଇନିଜ୍ ଭାଇରସ୍ କହି ଚାଇନା ଉପରେ ସବୁଦୋଷ ଲଦିଥିଲେ। ଉହାନ୍ରୁ ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ହୋଇଥିବା ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ଚାଇନା ମଧ୍ୟ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲା। ହେଲେ ଏବେ ମହାମାରୀରୁ ବର୍ତ୍ତିବା ଲାଗି ଆମେରିକା ଓ ଚାଇନା ଏକାଠି ହେବା ଜରୁରୀ ବୋଲି ଜିନ୍ପିଙ୍ଗ କହିଛନ୍ତି।