ଆମେରିକା ଆକ୍ରମଣ ହୋଇଥିଲା ବିଫଳ: ଜୀବିତ ଅଛନ୍ତି ଇରାନ୍‌ କମାଣ୍ଡର ଅବଦୁଲ୍‌ ରଜାକ୍‌

ଓ୍ବାଶିଂଟନ,୧୧।୧: ଇରାନ୍‌ର ଜେନେରାଲ କାସିମ୍‌ ସୋଲେମାନୀଙ୍କୁ ଆମେରିକା ଟାର୍ଗେଟ କରିଥିଲା। ଏଥିରେ ସୋଲେମାନୀ ନିହତ ହୋଇଥିଲେ। ତେବେ ଏହି ସମୟରେ ଆମେରିକା ସୈନ୍ୟଙ୍କ ପକ୍ଷରୁ ଇରାନ୍‌ର ଅନ୍ୟଜଣେ କମାଣ୍ଡର ଅବଦୁଲ୍‌ ରଜାକ୍‌ ଶହଲୋଇଙ୍କୁ ଟାର୍ଗେଟ୍‌ କରାଯାଇଥିଲା। ତେବେ ଏହି ଆକ୍ରମଣ ଅସଫଳ ରହିଥିଲା ଏବଂ ରଜାକ୍‌ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏନେଇ ଆମେରିକା ଗଣମାଧ୍ୟମ ସଂସ୍ଥା ଓ୍ବାଶିଂଟନ ପୋଷ୍ଟ ପକ୍ଷରୁ କୁହାଯାଇଛି। ଶିହା ବିଦ୍ରୋହୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ରଜାକ୍‌ଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ୨୦୦୭ରେ ରଜାକ୍‌ ଆମେରିକା ସୈନ୍ୟଙ୍କ ଉପରେ ଆକ୍ରମଣ ଯୋଜନା କରିଥିବା ଓ୍ବାଶିଂଟନ ପୋଷ୍ଟ ପକ୍ଷରୁ କୁହାଯାଇଛି।