U.S. Rep. Mario Diaz-Balart (R-FL) speaks during an interview for Reuters on Capitol Hill in Washington February 14, 2017. Picture taken February 14, 2017. REUTERS/Yuri Gripas
ଓ୍ବାଶିଂଟନ,୧୯।୩: ଆମେରିକା କଂଗ୍ରେସର ମାରିଓ ଡିଆଜ ବାଲାର୍ଟ ଓ ବେନ୍ ମ୍ୟାକଆଦମ୍ସ ନାମକୁ ୨ଜଣ ସାଂସଦ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସେମାନେ କରୋନା ପଜିଟିଭ। ଗତ ଶନିବାର ସେମାନେ କରୋନାର ଲକ୍ଷଣ ଜାଣିପାରିବା ପରେ ଏହାର ଟେଷ୍ଟ କରାଇଥିଲେ। ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ସେମାନେ ଏହାର ଟେଷ୍ଟ କରାଇଥିବାରୁ ଏବେ ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ୫୮ ବର୍ଷୀୟ ଡିଆଜ ବାଲାର୍ଟ କହିଛନ୍ତି ପୂର୍ବାପେକ୍ଷା ସେ ଏବେ ସୁସ୍ଥ ଅଛନ୍ତି। ସୂଚନାଯୋଗ୍ୟ, ଏବେ ନୋଭେଲ କରୋନା ଭାଇରସରେ ଆମେରିକାର ୭ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି।